37.2 C
Bhubaneswar
Friday, April 19, 2024
Homeକରୋନାବିଶିଷ୍ଟ ସ୍ତ୍ରୀରୋଗ ବିଶେଷଜ୍ଞ ଡାକ୍ତର ଭଣ୍ଡାରୀଙ୍କ କୋଭିଡ୍‌ରେ ମୃତ୍ୟୁ

ବିଶିଷ୍ଟ ସ୍ତ୍ରୀରୋଗ ବିଶେଷଜ୍ଞ ଡାକ୍ତର ଭଣ୍ଡାରୀଙ୍କ କୋଭିଡ୍‌ରେ ମୃତ୍ୟୁ

ନୂଆଦିଲ୍ଲୀ : ନୂଆଦିଲ୍ଲୀର ଗଙ୍ଗାରାମ ସାର୍ ଗଙ୍ଗାରାମ ହସ୍ପିଟାଲରେ ଦୀର୍ଘକାଳ କାର୍ଯ୍ୟ କରିଥିବା ପ୍ରସିଦ୍ଧ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ଏସ୍ କେ ଭଣ୍ଡାରୀ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କର ଦୁଇ ସନ୍ତାନ ରାହୁଲ ଓ ପ୍ରିୟଙ୍କା ଜନ୍ମ ହେଲାବେଳେ ଡାକ୍ତର ଭଣ୍ଡାରୀ ତାଙ୍କର ପ୍ରସବ କରାଇଥିଲେ । ତାଙ୍କୁ ୮୬ବର୍ଷ ବୟସ ହୋଇଥିଲା । ଦୁଇ ସପ୍ତାହ ତଳେ ଡାକ୍ତର ଭଣ୍ଡାରୀ ହୃଦ୍‌ରୋଗ ଜନିତ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହେଲାବେଳେ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏ ସମ୍ପର୍କରେ ସାର୍ ଗଙ୍ଗାରାମ ହସ୍ପିଟାଲର ଅଧ୍ୟକ୍ଷ ଡାକ୍ତର ଡି ଏସ୍ ରାଣା ଏହି ସୂଚନା ଦେଇଛନ୍ତି ।

ଡାକ୍ତର ଭଣ୍ଡାରୀଙ୍କ ସ୍ୱାମୀ ଜଣେ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ । ସେ ଏବେ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ତାଙ୍କୁ ଏପର୍ଯ୍ୟନ୍ତ ପତ୍ନୀଙ୍କ ବିୟୋଗ ଖବର ଦିଆଯାଇନାହିଁ ବୋଲି ଡାକ୍ତର ରାଣା କହିଛନ୍ତି । ଡାକ୍ତର ଭଣ୍ଡାରୀ ୪୩ବର୍ଷ ଧରି ହସ୍ପିଟାଲରେ କାର୍ଯ୍ୟ କରୁଥିଲେ । ସେ ଲଣ୍ଡନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିସାରିବା ପରେ ଦିଲ୍ଲୀ ଫେରି ଏହି ହସ୍ପିଟାଲରେ ଯୋଗ ଦେଇଥିଲେ । ତାଙ୍କର ଜଣେ କନ୍ୟା ଅଛନ୍ତି, ଯେ କି ଜଣେ ଡାକ୍ତର । ଡାକ୍ତର ଭଣ୍ଡାରୀଙ୍କ ମୃତ୍ୟୁରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏକାଧିକ ଟ୍ୱିଟ୍‌କରି ଶୋକ ପ୍ରକାଶ କରିଛନ୍ତି । ଏହି ଅବସରରେ ତାଙ୍କର ଭାଇ ରାହୁଲ, ସେ ଏବଂ ତାଙ୍କର ଦୁଇ ପିଲାଙ୍କ ପ୍ରସବରେ ଡାକ୍ତର ଭଣ୍ଡାରୀଙ୍କ ଭୂମିକାକୁ ସ୍ମରଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking