38.1 C
Bhubaneswar
Tuesday, April 23, 2024
Homeଓଡିଶାମୌଳିକ ସୁବିଧାରୁ ବଞ୍ଚିତ ମହୁଲଭଜା ଗାଁ

ମୌଳିକ ସୁବିଧାରୁ ବଞ୍ଚିତ ମହୁଲଭଜା ଗାଁ

ବାଲିଗୁଡା : ଗାଁ ମାନଙ୍କରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟ ଜଳ ଭଳି ମୌଳିକ ସୁବିଧା ଯୋଗାଇବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାର ମାଳ ମାଳ ଯୋଜନା କରୁଛନ୍ତି । କିନ୍ତୁ ପ୍ରଶାସନିକ ଅବହେଳା ତଥା ସ୍ଥାନୀୟ ଜନ ପ୍ରତିନିଧିଙ୍କ ଅବହେଳା ଯୋଗୁଁ ସେଗୁଡିକ ଲୋକ ମାନଙ୍କ ପାଖରେ ପହଞ୍ôଚପାରୁନାହିଁ । ସ୍ୱାଧୀନତାର ୭୪ବର୍ଷ ପରେ ମଧ୍ୟ ଆଜି ବି ଏମିତି ଅନେକ ଗାଁ ରହିଛି ଯେଉଁଠି ମୌଳିକ ସୁବିଧା ଅପହଞ୍ଚ ହୋଇ ରହିଛି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକର ମହୁଲଭଜା ଗାଁରେ ।
ସୂଚନାନୁସାରେ ମହୁଲଭଜା ଗାଁରେ ପ୍ରାୟ ୬୦ ପରିବାର ବାସ କରୁଛନ୍ତି ।

ହେଲେ ଏଯାଏଁ ପାନୀୟ ଜଳର ବ୍ୟବସ୍ଥା ହୋଇ ପାରିନାହିଁ । ଫଳରେ ସକାଳେ ଗାଁ ଲୋକ ସକାଳେ ହେଲେ ହାଣ୍ଡି ମାଠିଆ ଧରି ମାଇଲ ମାଇଲ ଦୂର ଯାଆନ୍ତି ପାନୀୟ ଜଳ ଆଣିବାକୁ । ତାହା ପୁଣି ପୋଖରୀ କିମ୍ବା ଝରଣା ପାଣି । ସରକାର ସବୁ ଗ୍ରାମରେ ଘରଦ୍ୱାର ମୁହଁରେ ପାନୀୟଜଳ ଯୋଗାଇବା ଲାଗି ବ୍ୟବସ୍ଥା କରୁଥିବା କହୁଥିଲେ ମଧ୍ୟ ଏହା ପ୍ରକୃତରେ କାର୍ଯ୍ୟକାରୀ ହେଉନଥିବା ମହୁଲଭଜା ଗାଁକୁ ଦେଖିଲେ ଜଳଜଳ ହୋଇ ଦେଖାଯାଉଛି । ଏନେଇ ଜିଲ୍ଲା ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ପଚାରିଲେ ସେ ଗାଁକୁ ରାସ୍ତା ନଥିବା ଯୋଗୁଁ ନଳକୂପ ଗାଡି ଗାଁକୁ ଯାଇପାରୁନଥିବା ଫଳରେ ନଳକୂପ ଖୋଳିବା ସମ୍ଭବ ହେଉନଥିବା କହିଥିଲେ ।

ସେହିପରି ପିଡିଏସ ସାମଗ୍ରୀ ମଧ୍ୟ କାନ୍ଧରେ ବୋହି ବୋହି ପଞ୍ଚାୟତରୁ ଚାଲି ଚାଲି ଆଣୁଛନ୍ତି ଲୋକେ । କେବଳ ପାନୀୟଜଳ ସମସ୍ୟା ନୁହେଁ ବରଂ ଶିକ୍ଷା, ସ୍ୱାସ୍ଥ୍ୟ ଭଳି ସୁବିଧାରୁ ମଧ୍ୟ ଏହି ଗାଁ ଲୋକେ ବଞ୍ôଚତ । ଏଣୁ ତୁରନ୍ତ ଗାଁକୁ ରାସ୍ତା ନିର୍ମାଣ ଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି । ନଚେତ୍ ଗାଁ ଲୋକେ ଆଗାମୀ ଦିନରେ ଆନ୍ଦୋଳନ କରିବେ ବୋଲି ପୂର୍ବତନ ୱାର୍ଡମେମ୍ବର ରିକନ୍ଦ ପାଟମାଝି, ଅଜିତ ରୁପାମାଝି, ଭାନୁ ପାଟମାଝି, ସୁଶାନ୍ତ ରୂପାମାଝୀ, ଅଜିତ ରୂପାମାଝୀ, ମଣ୍ଟୁ ସୁନାମାଝୀ, ସୁଦାକା ସୁନାମାଝୀ  ଓ ରାଜୁ ପାଟ୍ଟମାଝି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking