30.1 C
Bhubaneswar
Friday, April 26, 2024
Homeଓଡିଶାସଂକ୍ରମଣର ଡବଲିଂ ଟାଇମ୍ ଓ ଗ୍ରୋଥ୍ ରେଟ୍ କମିଛି : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ସଂକ୍ରମଣର ଡବଲିଂ ଟାଇମ୍ ଓ ଗ୍ରୋଥ୍ ରେଟ୍ କମିଛି : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର:  ରାଜ୍ୟରେ ସଂକ୍ରମଣର ଡବଲିଂ ଟାଇମ୍‌(ଦ୍ୱିଗୁଣିତ) ଓ ଗ୍ରୋଥ୍ ରେଟ୍ କମିଛି । ୭୫ ହଜାର ଆକ୍ଟିଭ୍ କେସ୍ ରହିଥିବା ବେଳେ ମାତ୍ର ୧୨ ଶହ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ତେଣୁ ହସ୍ପିଟାଲ ଉପରେ କୌଣସି ଚାପ ନାହିଁ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ସୋମବାର ରାଜ୍ୟରେ ସଂକ୍ରମଣ କମ୍ ଥିଲେ ବି ଏହି ଟ୍ରେଣ୍ଡକୁ ଦେଖି ବର୍ତ୍ତମାନ କିଛି ଆକଳନ କରିହେବନି । ଟ୍ରେଣ୍ଡ ଆକଳନ ପାଇଁ ମାସେ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡି଼ବ । ଦ୍ୱିତୀୟ ଲହର ପରି ଖୋର୍ଦ୍ଧା, ସୁନ୍ଦରଗଡ ସଂକ୍ରମଣ ଅଧିକ ରହୁଛି; ଯାହା ଆଗକୁ ମଧ୍ୟ ଏଭଳି ରହିବ । ଅନ୍ୟପଟେ  ରାଜ୍ୟକୁ ଆସିଛି ‘ଓମିସିୟୋର କିଟ୍‌’ । ଓମିକ୍ରନ ଚିହ୍ନଟରେ ଏହି ‘ଓମିସିୟୋର କିଟ୍‌’ ସହାୟକ ହେବ । ଏହାବ୍ୟତୀତ ଡେଲଟା ଭାରିଏଣ୍ଟ ଠାରୁ ଓମିକ୍ରନ ଭାରିଏଣ୍ଟ ୧୦ ଗୁଣ କମ୍ କ୍ଷତିକାରକ । କିନ୍ତୁ ଏହା ଡେଲ୍‌ଟା ଠାରୁ ୭୦ ଗୁଣା ଅଧିକ ମ୍ୟୁଟେସନ କରୁଛି । ମ୍ୟୁଟେସନ କ୍ଷମତା ଅଧିକ ଥିବାରୁ ଶକ୍ତି ହରାଇବାରେ ଲାଗିଛି ଓମିକ୍ରନ । ତେବେ ବର୍ତ୍ତମାନ ସୁଦ୍ଧା ଡେଲ୍‌ଟା ଭାରିଏଣ୍ଟ ସମାପ୍ତ ହୋଇନାହିଁ ବୋଲି ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking