26.1 C
Bhubaneswar
Wednesday, May 25, 2022
Homeଓଡିଶାତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ପ୍ରଥମ ଦିନରେ ୮,୧୭୨ ପ୍ରାର୍ଥୀପତ୍ର ଦାଖଲ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ପ୍ରଥମ ଦିନରେ ୮,୧୭୨ ପ୍ରାର୍ଥୀପତ୍ର ଦାଖଲ

ଭୁବନେଶ୍ୱର:  ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ଦିନରେ ୭,୧୧୬ ୱାର୍ଡ ମେମ୍ବର, ୧୧୨୨ ସରପଞ୍ଚ, ୫୧୨ ପଞ୍ଚାୟତ ସମିତି ସଭ୍ୟ ଓ ୨୨ ଜିଲ୍ଲା ପରିଷଦ ସଭ୍ୟ ପଦ ପାଇଁ ମୋଟ ୮୧୭୨ଟି ମନୋନୟନ ପତ୍ର ଦାଖଲ ହୋଇଛି । ରାଜ୍ୟ ନିର୍ବାଚନ ଆୟୋଗ ଆଦିତ୍ୟ ପ୍ରସାଦ ପାଢ଼ୀ ଆଜି ଏହି ସୂଚନା ଦେଇଛନ୍ତି । ସୋମବାର ଗଣମାଧ୍ୟମକୁ ନିର୍ବାଚନ ଆୟୋଗ କହିଥିଲେ, ବିଜ୍ଞପ୍ତି ଅନୁଯାୟୀ ସୋମବାରଠାରୁ ଆରମ୍ଭ ହୋଇଛି ମନୋନୟନ ପତ୍ର ଦାଖଲ । ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି କାର୍ଯ୍ୟାଳୟ ଏବଂ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମନୋନୟନ ପତ୍ର ଗ୍ରହଣ କରାଯାଇଛି ।

୨୨ ପର୍ଯ୍ୟନ୍ତ ତାହା ଚାଲିବ ଓ ମନୋନୟନ ପତ୍ର ଦାଖଲ ସମୟରେ ସମସ୍ତ ପ୍ରାର୍ଥୀ, ସମର୍ଥକ ଏବଂ ଅନ୍ୟାନ୍ୟ ବ୍ୟକ୍ତି ମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବହାର କରିବା ଓ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ ହୋଇଛି । ଫଳରେ ମନୋନୟନ ପତ୍ର ପ୍ରଦାନ କରିବା ବେଳେ ପ୍ରାର୍ଥୀ କିମ୍ବା ତାଙ୍କର ଜଣେ ପ୍ରସ୍ତାବକ ନିର୍ବାଚନ ଅଧିକାରୀଙ୍କ ପ୍ରକୋଷ୍ଠକୁ ପ୍ରବେଶ କରିଥିଲେ । କୋଭିଡ କଟକଣା ମଧ୍ୟରେ ନିର୍ବାଚନ ପରିଚାଳନା ନିମନ୍ତେ କମିଶନଙ୍କ ତରଫରୁ ମାର୍ଗଦର୍ଶିକା ପାଳନ କରିବା ପାଇଁ କଡା ନିର୍ଦ୍ଦେଶନାମା ଜାରି ହୋଇଛି । ମନୋନୟନ ପତ୍ର ପ୍ରଦାନ ଉଦ୍ଦେଶ୍ୟରେ ପ୍ରାର୍ଥୀ (ୱାର୍ଡ ମେମ୍ବର ବ୍ୟତୀତ) କେବଳ ଗୋଟିଏ ମାତ୍ର ଗାଡ଼ି ବ୍ୟବହାର କରିପାରିବେ । ପ୍ରଚାର ପାଇଁ ପଥପ୍ରାନ୍ତ ପ୍ରଦର୍ଶନ, ପଦଯାତ୍ରା, ସାଇକେଲ, ମୋଟର ସାଇକେଲ ଯାନ ପଟୁଆର ପାଇଁ ଅନୁମତି ଦିଆ ଯାଇନାହିଁ ।

ରାଜନୈତିକ ଦଳ କିମ୍ବା ସମ୍ଭାବ୍ୟ ପ୍ରାର୍ଥୀ ବା ନିର୍ବାଚନରେ ସମ୍ପୃକ୍ତ କୌଣସି ଗୋଷ୍ଠୀଙ୍କର ସମାବେଶ ନିଷିଦ୍ଧ ରହିଛି । କୋଭିତ ସୁରକ୍ଷା ଦୃଷ୍ଟିରୁ ରାଜନୈତିକ ଦଳ ଓ ପ୍ରାର୍ଥୀମାନଙ୍କୁ ଡିଜିଟାଲ, ମିଡିଆ, ମୋବାଇଲ ମାଧ୍ୟମରେ ପ୍ରଚାର କରିବା ପାଇଁ କମିଶନଙ୍କ ନିର୍ଦ୍ଦେଶ ରହିଛି। ପ୍ରାର୍ଥୀଙ୍କୁ ମିଶାଇ ସର୍ବାଧିକ ୫ ଜଣ ବ୍ୟକ୍ତି ଘରକୁ ଘର ବୁଲି ପ୍ରଚାର କରିପାରିବେ । ଭୋଟ ଗଣତି ପରେ କୌଣସି ବିଜୟ ଶୋଭାଯାତ୍ରା କରିବେ ନାହିଁ । ମାର୍ଗଦର୍ଶିକା ଅନୁସାରେ କାର୍ଯ୍ୟ କଲେ ନିର୍ବାଚନରେ ଅଧିକ ସ୍ୱଚ୍ଛତା ଆସିପାରିବ । ତେବେ ପୂର୍ବ ଘୋଷଣା ଭିତ୍ତିରେ ୨୨ରେ ପ୍ରାର୍ôଥପତ୍ର ଯାଞ୍ଚ କରାଯିବ । ୨୫ ତାରିଖ ଯାଏ ପ୍ରାର୍ôଥପତ୍ର ପ୍ରତ୍ୟାହାରର ସୁଯୋଗ ଥିବା ବେଳେ ସେହିଦିନ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ଏଥର ବୁଥ୍ ଗଣତି ବଦଳରେ ବ୍ଲକସ୍ତରରେ ଗଣତି କରାଯିବ । ସବୁ ପର୍ଯ୍ୟାୟ ନିର୍ବାଚନ ପରେ ଫେବ୍ରୁଆରୀ ୨୬ରୁ ୨୮ ଯାଏଁ କାଉଣ୍ଟିଂ କରାଯିବ ବୋଲି ରାଜ୍ୟ ନିର୍ବାଚନ ଆୟୋଗ ଶ୍ରୀ ପାଢ଼ୀ ସ୍ପଷ୍ଟ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking