27.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗମନ ଇଚ୍ଛା ଔଷଧ ଖାଆନ୍ତୁ ନାହିଁ

ମନ ଇଚ୍ଛା ଔଷଧ ଖାଆନ୍ତୁ ନାହିଁ

ଭୁବନେଶ୍ୱର : କରୋନା ଆକ୍ରାନ୍ତଙ୍କ ଡାଇଲିସିସ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସ୍ୱାସ୍ଥ୍ୟ ବିଭାଗ ବୈଷୟିକ ପରାମର୍ଶଦାତା ଡାକ୍ତର ଜୟନ୍ତ ପଣ୍ଡା ସୂଚନା ଦେଇଛନ୍ତି । ସମସ୍ତ କୋଭିଡ ହସ୍ପିଟାଲରେ ସ୍ୱତନ୍ତ୍ର ଡାଇଲିସିସ ବ୍ୟବସ୍ଥା କରାଯାଇଛି । ହୋମ୍ ଆଇସୋଲେସନରେ ରହୁଥିବା ରୋଗୀ ଅକ୍ସିଜେନ ନେଇପାରିବେ । ଡାକ୍ତରଙ୍କ ପରାମର୍ଶ କରି ଘରେ ଅକ୍ସିଜେନ ନିଆଯାଇପାରିବ ବୋଲି ଡାକ୍ତର ପଣ୍ଡା କହିଛନ୍ତି । ଲକ୍ଷଣ ନଥିଲେ, ରୋଗ ଗୁରୁତର ନ ଥିଲେ, ଘରେ ରହି ଚିକିତ୍ସା ହୋଇପାରିବେ । ଜ୍ୱର, କାଶ ବଢିଲେ , ପତଳା ଝାଡ଼ା ହେଲେ କୋଭିଡ ହସ୍ପିଟାଲ ଯାଇପାରିବେ ।

୧୦୪କୁ ଫୋନ୍ କରି କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର ହୋଇପାରିବେ ରୋଗୀ । ଛୋଟ ଛୋଟ ସମସ୍ୟା ପାଇଁ ହସ୍ପିଟାଲ ଆସନ୍ତୁନି , ରିସ୍କ ବଢିପାରେ । ଗର୍ଭବତୀ ମହିଳା ଓ ଛୋଟ ପିଲାଙ୍କୁ ଟିକା ଦେବା ବନ୍ଦ କରନ୍ତୁ ‌ନାହିଁ । ଟିକା ନେବା ଦ୍ୱାରା ଛୁଆର ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । ଗ୍ରାମାଞ୍ଚଳରେ ଲୋକେ ମନଇଚ୍ଛା କରୋନା ପାଇଁ ଔଷଧ ଖାଉଛନ୍ତି । ତେବେ ମନ ଇଚ୍ଛା ଔଷଧ ଖାଇବା ବିପଜ୍ଜନକ ହୋଇପାରେ, ସେମିତି କରନ୍ତୁନି ।ଡାକ୍ତରଙ୍କ ପରାମର୍ଶ କରି ଔଷଧ ଖାଇବାକୁ ପରାମର୍ଶ ଦେଲେ ଡାକ୍ତର ପଣ୍ଡା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking