27.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗହୃଦରୋଗୀଙ୍କୁ ରାଜ୍ୟ ସରକାରଙ୍କ କରୋନା ପରାମର୍ଶ

ହୃଦରୋଗୀଙ୍କୁ ରାଜ୍ୟ ସରକାରଙ୍କ କରୋନା ପରାମର୍ଶ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ଆକ୍ରାନ୍ତ ହୃଦରୋଗୀଙ୍କୁ ଡାକ୍ତର ମହେନ୍ଦ୍ର ତ୍ରିପାଠୀ ପରାମର୍ଶ ଦେଇ କହିଛନ୍ତି ଯେ, ‘ କରୋନା ଆକ୍ରାନ୍ତଙ୍କ କ୍ଷେତ୍ରରେ ହୃଦରୋଗ ସମସ୍ୟା ବଢିପାରେ । କରୋନାରେ ରକ୍ତ ଜମାଟ ବାନ୍ଧିବା ସମ୍ଭାବନା ଥିବାରୁ ହୃଦରୋଗୀଙ୍କ ସମସ୍ୟା ବଢିଥାଏ । କରୋନା ଆକ୍ରାନ୍ତ ହୃଦରୋଗ ସମ୍ପର୍କିତ ଲକ୍ଷଣକୁ ଧ୍ୟାନ ଦେବା ଉଚିତ୍ । ଯେଉଁମାନଙ୍କର ପେସ୍ ମେକର ଲାଗିଛି, ସାମାନ୍ୟ କରୋନାରେ ଭୟ ନାହିଁ । ସିଭିୟର କରୋନା ଥିଲେ, ହୃଦ ସ୍ପନ୍ଦନ ବଢିଯିବାର ସମ୍ଭାବନା ଅଛି । ମୁଣ୍ଡ ବୁଲାଇବା ଲକ୍ଷଣ ଦେଖିଲେ ସେମାନେ ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ । ବାଇପାର୍ସ ସର୍ଜରୀ ପରେ ସୁସ୍ଥ ଥିବା ବ୍ୟକ୍ତି ହୋମ୍ ଆଇସୋଲେସନରେ ରହିପାରିବେ ।’

ଏଥିସହ ସଂକ୍ରମଣ ଭୟ ଉଭୟ ସାଧାରଣ ରୋଗୀ ଓ ମଧୁମେହ ରୋଗୀଙ୍କ ପାଇଁ ସମାନ ବୋଲି ଡାକ୍ତର ଅନୁଜ ବଳିୟାରସିଂ କହିଛନ୍ତି । କିନ୍ତୁ ଡାଇବେଟିସ ନିୟନ୍ତ୍ରଣ ନଥିଲେ କରୋନା ସଂକ୍ରମଣ ସମ୍ଭାବନା ଅଧିକ ରହିଛି । କରୋନା ଆକ୍ରାନ୍ତ ଡାଇବେଟିସ ରୋଗୀ ସୁଗାର ନିୟନ୍ତ୍ରଣରେ ରଖିବା ଜରୁରୀ । ଯଦି ସଂକ୍ରମିତ ହୁଏ ତେବେ ସୁଗାର, ବିପି ନିୟନ୍ତ୍ରଣରେ ଅଛି କି ନାହିଁ ଦେଖିବା ଜରୁରୀ । ସୁଗାର ଓ ବିପି ନିୟନ୍ତ୍ରଣରେ ଥିଲେ ହୋମ୍ ଆଇସୋଲେସନରେ ରହିପାରିବେ । କରୋନା ଆକ୍ରାନ୍ତ ଯୋଗୁଁ ମାନସିକ ଚାପ ବଢୁଥିବାରୁ ସୁଗାର ବଢିପାରେ । କରୋନା ଆକ୍ରାନ୍ତ ଡାଇବେଟିସ ରୋଗୀ ଇନସୁଲିନ ନେବା ଉଚିତ ।

ତେବେ କରୋନା ଆକ୍ରାନ୍ତଙ୍କ ଡାଇଲିସି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସ୍ୱାସ୍ଥ୍ୟ ବିଭାଗ ବୈଷୟିକ ପରାମର୍ଶଦାତା ଡାକ୍ତର ଜୟନ୍ତ ପଣ୍ଡା ସୂଚନା ଦେଇ କହିଛନ୍ତି ଯେ,‘ ସମସ୍ତ କୋଭିଡ ହସ୍ପିଟାଲରେ ସ୍ୱତନ୍ତ୍ର ଡାଇଲିସିସ ବ୍ୟବସ୍ଥା କରାଯାଇଛି । ହୋମ୍ ଆଇସୋଲେସନରେ ରହୁଥିବା ରୋଗୀ ଡାକ୍ତରଙ୍କ ପରାମର୍ଶରେ ଅକ୍ସିଜେନ୍ ନେଇପାରିବେ । ଲକ୍ଷଣ ନଥିଲେ, ରୋଗୀ ଗୁରୁତର ନଥିଲେ, ଘରେ ରହି ଚିକିତ୍ସା ହୋଇପାରିବେ । ଜ୍ୱର, କାଶ ବଢିଲେ, ପତଳା ଝାଡା ହେଲେ କୋଭିଡ ହସ୍ପିଟାଲ ଯାଇପାରିବେ । ୧୦୪କୁ ଫୋନ୍ କରି କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର ହୋଇପାରିବେ ଚାଷୀ । ଛୋଟ ଛୋଟ ସମସ୍ୟା ଥିଲେ ହସ୍ପିଟାଲ ଆସନ୍ତୁ ନାହିଁ, ରିସ୍କ ବଢିପାରେ । ଗର୍ଭବତୀ ମହିଳା ଓ ଛୋଟ ପିଲାଙ୍କୁ ଟିକା ଦେବା ବନ୍ଦ କରନ୍ତୁ ନାହିଁ । ଟିକା ନେବା ଦ୍ୱାରା ଛୁଆର ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । ଗ୍ରାମାଞ୍ଚଳରେ ରହୁଥିବା ଲୋକେ ମନଇଛା କରୋନା ମେଡିସିନ୍ ଖାଉଛନ୍ତି । ମନଇଛା ମେଡିସିନ ଖାଇବା ବିପଜ୍ଜନକ ହୋଇପାରେ ।’

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking