29.1 C
Bhubaneswar
Sunday, May 19, 2024
Homeଓଡିଶାକୋଭିଡ୍ କେୟାର ସେଂଟରରେ ଅନିୟମିତତା

କୋଭିଡ୍ କେୟାର ସେଂଟରରେ ଅନିୟମିତତା

ଢେଙ୍କାନାଳ : ରାଜ୍ୟ ସରକାର ପ୍ରତି ଜିଲ୍ଲାରେ କରୋନା ସଂକ୍ରମଣ ହେଉଥିବା ବ୍ୟକ୍ତିଙ୍କ ଚିକିତ୍ସା ନିମନ୍ତେ କୋଭିଡ କେୟାର ସେଂଟର ପ୍ରତିଷ୍ଠା କରିଛନ୍ତି । କିନ୍ତୁ ଢେଙ୍କାନାଳ ଜିଲ୍ଲାରେ ସ୍ଥାପନ କରାଯାଇଥିବା କୋଭିଡ୍ କେୟାର ସେଂଟର ରେ କୈାଣସି ସୁବିଧା ନଥିବାରୁ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ବଢିବାରେ ଲାଗିଛି । ଜିଳ୍ଲାରେ ଥିବା କୋଭିଡ୍ ସେଂଟରରେ ସ୍ୱତନ୍ତ୍ର କେନ୍ଦ୍ର ଓ ଭେଂଟିଲେଟର ସୁବିଧା ଥାଇ ମଧ୍ୟ କର୍ମଚାରୀ ଅଭାବରୁ ତାହା କାର୍ଯ୍ୟକ୍ଷମ ହୋଇପାରୁ ନାହିଁ । ଫଳରେ ଗୁରୁତର ରୋଗିମାନେ ଚିକିତ୍ସା ନପାଇ ମୃତ୍ୟୁ ବରଣ କରିଥିବା ଜଣାପଡୁଛି । ଶାସକ ଦଳର ବିଧାୟକ, ମନ୍ତ୍ରୀ, ଏମ୍‌ଏଲ୍‌ଏ, ଜିଲ୍ଲାପ୍ରଶାସନ ଓ ବୁଦ୍ଧିଜୀବି ମାନଙ୍କ ଏହି ସମସ୍ୟାର ସମାଧାନ ଦିଗରେ ଆନ୍ତରିକତା ଭାବ ନଥିବା ସ୍ପଷ୍ଟ ହୋଇଛି ।

ବିଶ୍ୱରେ କରୋନାର ଦ୍ୱିତୀୟ ଲହର ଆସିବାରେ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ହେବା ସହିତ ଲୋକଙ୍କ ମନରେ ଭୟ ବଢିବାରେ ଲାଗିଛି । ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଯାହାକୁ ନେଇ ଜିଲ୍ଲା ପ୍ରଶାସନର ଚିନ୍ତା ବଢିବାରେ ଲାଗିଛି । ଗତ କରୋନା ସଂକ୍ରମଣକୁ ଆଖି ଆଗରେ ରଖି ବାଜିଚୈାକ୍ ଠାରେ ଥିବା ପୁରୁଣା ମେଡିକାଲକୁ କୋରନା ଡାକ୍ତରଖାନା ଭାବେ ନାମିତ କରିଥିଲେ । ସେଠାରେ ୨୫୦ ଟି ଶର୍ଯ୍ୟା ରଖାଯାଇଥିବା ବେଳେ ୧୦୦ ଟି ଶର୍ଯ୍ୟାରେ ଅମ୍ଲଜାନ, ୨ଟିରେ ଭେଂଟିଲେଟର ଓ ୬ଟିରେ ସ୍ୱତନ୍ତ୍ର ଯତ୍ନ କୋଠରିର ବ୍ୟବସ୍ଥା କରାଯାଇଥିଲା ।

କିନ୍ତୁ କର୍ମଚାରୀ ଅଭାବରୁ ସେସବୁ ଅକାମୀ ହୋଇ ପଡିଛି । ଜିଲ୍ଲାରେ ଥିବା ଆଇସିୟୁ କାର୍ଯ୍ୟକ୍ଷମ ନହେବା ଯୋଗୁଁ ରୋଗୀ ମାନେ ଚିକିତ୍ସା ନପାଇ ପ୍ରାଣ ହରାଉଛନ୍ତି । ଏ ସଂପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କୁହନ୍ତି କି ଆମେ ସରକାରଙ୍କୁ ଚିଠି ଲେଖୁଛୁ ହେଲେ ସରକାର ଏଥିପ୍ରତି ଦୃଷ୍ଟି ଦେଉନଥିବା ଦର୍ଶାଇଛନ୍ତି । ମହାମାରୀ କରୋନା ସମୟରେ ଜଣେ ଛାତିରୋଗ ଡାକ୍ତରଙ୍କୁ ନିଯୁକ୍ତ କରାଯାଇଥିଲେ ମଧ୍ୟ ସେ ଛୁଟିରେ ଥିବାରୁ ସେହି ସୁବିଧା ଯୋଗାଇ ଦିଆଯାଉନାହିଁ । ଏହି ସମସ୍ୟା ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking