34.1 C
Bhubaneswar
Thursday, April 25, 2024
Homeଓଡିଶାତପୋବନରେ ଅଖଣ୍ଡ ବ୍ରହ୍ମଧୁନି

ତପୋବନରେ ଅଖଣ୍ଡ ବ୍ରହ୍ମଧୁନି

ଢେଙ୍କାନାଳ : ସମଗ୍ର ବିଶ୍ୱକୁ ମହାମାରୀ କରୋନା କବଳରୁ ମୁକ୍ତ କରିବା ପାଇଁ କୈାପୀନଧାରୀ ମହିମା ସମାଜ ତରଫରୁ କପିଳାସ ପାଦଦେଶରେ ଥିବା ତପୋବନ ପୀଠଠାରେ ଅଖଣ୍ଡ ବ୍ରହ୍ମଧୁନି ଓ ଘୃତାହୁତ ଧର୍ମାଧ୍ୟକ୍ଷ ଶ୍ରୀମଦ୍ ରଘୁନାଥ ବାବାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱର କଲ୍ୟାଣ ଓ ମାରାତ୍ମକ ମାହାମାରୀ କରୋନା ସଂକ୍ରମଣରୁ ମୁକ୍ତିଦେବା ଉଦେଶ୍ୱରେ ପବିତ୍ର ବ୍ରହ୍ମଧୁନିର ଏକବିଂଶବାର ଘୃତାହୃତି ଦେଇଥିଲେ । ଏହି ଅବସରରେ ମନ୍ଦିର ପରିସରରେ ଭୀମଭୋଇଙ୍କ ଭଜନ କିର୍ତନ ମଧ୍ୟ ହୋଇଥିଲା । ମହାପ୍ରଭୁ ଶୂନ୍ୟବ୍ରହ୍ମଙ୍କ ଉଦେଶ୍ୟରେ ବିଭିନ୍ନ ଫଳମୁଳ ମିଶ୍ରିତ ଅମଣିହା ସମର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବାବା ଶ୍ରୀକାନ୍ତ ଦେହୁରୀ, ତ୍ୟାଗୀ ମାୟାଧର ଦାସ, ଯୁବ ସନ୍ୟାସୀ ଦେବାନନ୍ଦ ବାବା, ତପୋବନ ପତ୍ରିକାର ସଂପାଦକ ଭକ୍ତ ପ୍ରଶାନ୍ତ ମହାପାତ୍ର, ଜ୍ୟୋତିଯାତ୍ରା ସଂଯୋଜକ ପ୍ରଦ୍ୟୁମ୍ନ ରଥ, ବାଇଧର ବେହେରା, ଯୋରନ୍ଦା ଭକ୍ତ ଗୋବିନ୍ଦ ବେହେରା ଓ ନାଗିଆପଶିର ଭକ୍ତ ବଟକୃଷ୍ଣ ସେଠୀ ପ୍ରମୁଖ ଧାରାବାହିକ ଭାବେ ସ୍ରୁତି ଚିନ୍ତାମଣି ପାଠ କରିଥିଲେ । ଢେଙ୍କାନାଳ ରାଜପରିବାର ଦାୟଦ ରାଜୀବ ଲୋଚନ ସିଂହଦେଓ, ବସନ୍ତ ସାହୁ, ବିଶ୍ୱମିତ୍ର ମେହର, ରମେଶ, ଅଶୋକ ଓ ବିଜୟ ପ୍ରମୁଖ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking