38.8 C
Bhubaneswar
Friday, April 19, 2024
Homeଓଡିଶାଗୈାତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଜିଲ୍ଲା ସ୍ତରୀୟ ଆର୍ନ୍ତଜାତିକ ମହିଳା ଦିବସ

ଗୈାତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଜିଲ୍ଲା ସ୍ତରୀୟ ଆର୍ନ୍ତଜାତିକ ମହିଳା ଦିବସ

ଯାଜପୁର: ଯାଜପୁର ଗୈାତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଜିଲ୍ଲା ସ୍ତରୀୟ ଆର୍ନ୍ତଜାତିକ ମହିଳା ଦିବସ ପାଳିତ ହୋଇଛି । ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଓ ଆଇନ ସେବା ପ୍ରାଧିକରଣ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯାଜପୁର ସିଜିଏମ କୋର୍ଟ ବିଚାରପତି ଜୀବନା ନନ୍ଦ ପାଢି ଯୋଗ ଦେଇଥିଲେ ।

ଏଥି ସହିତ ଅତିରିକ୍ତ ଜିଲ୍ଲା ଜଜ ଏଡିଜେ ପ୍ରଶାନ୍ତ କୁମାର ନାୟକ ଓ ଜିଲ୍ଲା ଶିଶୁ ସୁରକ୍ଷା ୟନିଟ ଅଧିକାରୀ ନିରଞ୍ଜନ କର, ମିଶନ ଶକ୍ତି ଓ ଶିଶୁ ମଙ୍ଗଳ ସମିତିର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ଆର୍ଥିକ ସାମାଜିକ ଶିକ୍ଷାଗତ ଓ ମାନସିକ ସ୍ତର ରେ ନାରୀ ଜାତି ର ଯେତେ ବିକାଶ ହୋଇପାରିବ ପରିବାର ଠାରୁ ଆରମ୍ଭ କରି ସାରା ଦେଶ ସେହିଭଳି ପ୍ରଗତିଶୀଳ ହୋଇପାରିବ ବୋଲି ଉପସ୍ଥିତ ଅତିଥି ମତ ଦେଇଥିଲ । ଆର୍ନ୍ତଜାତିକ ମହିଳା ଦିବସ ଉପଲକ୍ଷେ ଏକ ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ପରିଶେଷ ରେ ବିଭିନ୍ନ ବର୍ଗ ରେ ଦକ୍ଷତା ଓ କୃତି ମହିଳା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
https://onakhabar.com/2020/03/08/bjp-criticized-bjd-govt-3/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking