36.7 C
Bhubaneswar
Tuesday, April 16, 2024
Homeଓଡିଶାସ୍ୱଂୟ ସହାୟକ ଗୋଷ୍ଠୀର ବିକ୍ରୟ କେନ୍ଦ୍ର ଠାରେ ମହିଳା ଦିବସ ପାଳିତ

ସ୍ୱଂୟ ସହାୟକ ଗୋଷ୍ଠୀର ବିକ୍ରୟ କେନ୍ଦ୍ର ଠାରେ ମହିଳା ଦିବସ ପାଳିତ

ବଲାଙ୍ଗିର,- ଜିଲ୍ଲା ପରିଷଦ ଅଫିସ ପାଖରେ ଥିବା ବଲାଙ୍ଗିର ଜିଲ୍ଲା ସ୍ୱଂୟ ସହାୟକ ଗୋଷ୍ଠୀମାନଙ୍କୁ ନେଇ ପ୍ରଥମଥର ପାଇଁ ବଲାଙ୍ଗିର ଜିଲ୍ଲାରେ ଏସଏଚ୍‌ଜି ମାନଙ୍କ ବିକ୍ରତା କେନ୍ଦ୍ର ଠାରେ ଆନ୍ତଯାତିକ ମହିଳା ଦିବସକୁ ଅତିଆଡମ୍ବର ସହିତ ପାଳନ କରାଯାଇଥିଲା । ଏହି ଦିବସରେ ଅତିଥିଭାବରେ ଓର୍‌ମାସର ଯୁଗ୍ମ ନିର୍ବାହୀ ଅଧିକାରୀ କମଲେନ୍ଦୁ ପଲ, ଜିଲ୍ଲା ମିଶନ ଶକ୍ତି ସଂଯୋଜିକା ଖୁଳନା ସାହୁ, ପୌରପରିଷଦର ପୁର୍ବତନ ଅଧ୍ୟକ୍ଷା ସନ୍ତୋଷୀନି ବେହେରା, ପୌରପରିଷଦ ଦିନଦୟାର ଅନ୍ତଦ୍ୱୟ ଯୋଜନାର ଗୋଷ୍ଠୀ ସଂଗଠିକା ସହେଲିକା ସାଗର, ସ୍ମରଣିକା ପଣ୍ଡା, ସାମ୍ବାଦିକ ସତ୍ୟନାରାୟଣ ବେହେରା, ଶରତ ଚନ୍ଦ୍ର ମିଶ୍ର ପ୍ରମୁଖ ଯୋଗଦେଇଥିଲେ । ଶିବଶକ୍ତି ସ୍ୱଂୟ ସହାୟକ ଗୋଷ୍ଠୀ ତଥା ଜିଲ୍ଲା ବିକ୍ରେତା କେନ୍ଦ୍ରର ଅରୁଣା ମେହେର କଟେଜ ପ୍ରଡୁସର ଗୃପ ଟେରାକୁଟା, ବିକ୍ରେତା କେନ୍ଦ୍ରର ଗୌର ରଣାଙ୍କ ସହଯୋଗରେ ମହିଳା ଦିବସ ପାଳିତ ହୋଇଥିଲା । ଏହି ଦିବସରେ କେକ କଟାଯାଇ ମହିଳା ମାନେ ପରସ୍ପରକୁ ଶୁବେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ଏହାପରେ ସତ୍ୟ ସାଇ ଏସଏଚ୍‌ଜି, ମାଁ ଘଣ୍ଟାସୁଣି ଏସଏଚ୍‌ଜି , ନିର୍ମଳ ଏସଏଚ୍‌ଜି , ମାଁ ଲକ୍ଷ୍ମୀ ଏସଏଚ୍‌ଜି, ଜୟଦୁର୍ଗା ଏସଏଚ୍‌ଜି, ଉଜ୍ଜଳା ଏସଏଚ୍‌ଜିଙ୍କୁ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା । ପ୍ରଥମଥର ଦେଖିବାକୁ ମିଳିଥିଲା ସ୍ୱଂୟ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ଆର୍ନ୍ତଜାତିକ ମହିଳା ଦିବସ ଅବସରରେ ସରକାରୀ ଅଧିକାରୀମାନେ ସାମିଳ ହୋଇଥିଲେ । ସହରାଞ୍ଚଳ ଓ ଗ୍ରାମାଞ୍ଚଳର ସ୍ୱଂୟ ସହାୟକ ଗୋଷ୍ଠୀର ସଭ୍ୟାମାନେ ବହୁ ସଂଖ୍ୟାରେ ଯୋଗଦାନ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking