କଟକ: ମହମ୍ମଦ ମୋକିମଙ୍କ ଘରେ ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟ । ବାସଭବନ ଯାଇ ମୋକିମ ଓ ବିଧାୟିକା ସୋଫିଆ ଫିର୍ଦ୍ଦୋଶଙ୍କୁ ଭେଟିଲେ । ମୋତେ ଭୋଟ ଦେଇଥିବାରୁ ଧନ୍ୟବାଦ ଦେବାକୁ ଆସିଥିଲି କହିଲେ ଦିଲ୍ଲୀପ । ସୋଫିଆ ଓ ମୋକିମଙ୍କ ସହଯୋଗରେ ମୁଁ ରଜ୍ୟସଭାରେ ଜିତିଲି । ଅନ୍ୟ କୌମସି ରାଜନୈତିକ ଉଦ୍ଦେଶ୍ୟ ନଥିଲା କହିଲେ ଦିଲ୍ଲୀପ । ସୂଚନା ଥାଉକି, ରାଜ୍ୟସଭା ନିର୍ବାଚନରେ ବିଜେପିରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଛିଡା ହୋଇଥିଲେ । ଆଉ ତାଙ୍କୁ କଂଗ୍ରେସର ୨ ବିଧାୟକ, ବିଜେଡିର ୮ ବିଧାୟକ ଭୋଟ ଦେଇଥିଲେ ।










