ଆଖି ସ୍କାନ୍‌କୁ ନେଇ ଗୋଷ୍ଠୀ ସଂକ୍ରମଣ ଭୟ, “ଚିନ୍ତାରେ ଡିଲର ଓ ଖାଉଟି”

ଢେଙ୍କାନାଳ : ମହାମାରୀ କରୋନା କାଳରେ ସାଧାରଣ ବଂଟନ ବ୍ୟବସ୍ଥାର ପୁରୁଣା ନିୟମ ଡିଲରଙ୍କ ଠାରୁ ଆରମ୍ଭ କରି ଖାଉଟିଙ୍କ ପର୍ଯ୍ୟନ୍ତ ଚିନ୍ତାର କାରଣ ପାଲଟିଛି । ଖାଉଟି କଲ୍ୟାଣ ବିଭାଗ ତରଫରୁ ସାଧାରଣ ବଂଟନରେ ସ୍ୱଚ୍ଛତା ଆଣିବା ଲକ୍ଷ୍ୟ ନେଇ ଆଖି ସ୍କାନ୍ ବ୍ୟବସ୍ଥା ବାଧ୍ୟତା ମୁଳକ କରାଯାଇଛି । ସଠିକ୍ ଉପଭୋକ୍ତାଙ୍କ ନିକଟରେ ସରକାରଙ୍କ ପ୍ରଦତ ସାମଗ୍ରୀ ରିହାତି ଦରରେ ପହଚିଂବା ନେଇ ଏହା ନିଶ୍ଚିତ ଭାବରେ ଗୋଟିଏ ସ୍ୱାଗତ ଯୋଗ୍ୟ ପଦକ୍ଷେପ । ତେବେ ମହାମାରୀ କରୋନା କାଳରେ ଏହି ନିୟମ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବାରେ ପ୍ରମୁଖ ଭୁମିକା ଗ୍ରହଣ କରୁଥିଲେ ମଧ୍ୟ ଏହା ଉପରେ ସରକାରଙ୍କ ଦୃଷ୍ଟି ନଥିବା ୍‌ଜଣାପଡିଛି । ଫଳରେ ପୁରୁଣା ନିୟମ ତଥା ଆଖି ସ୍କାନ୍ କରି ନିଜର ଖାଉଟି ସାମଗ୍ରି ଆଣୁଥିବାରୁ ସଂକ୍ରମଣ ଭୟ ରହୁଛି ।

ଏହାଦ୍ୱାରା ଗୋଷ୍ଠୀ ସଂକ୍ରମଣ ସମ୍ଭାବନା ମଧ୍ୟ ହୋଇପାରେ । କରୋନା ନିୟମ ମୁତାବକ ସମସ୍ତ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟରେ ଏହି ସବୁ ବ୍ୟବସ୍ଥା ବନ୍ଦ କରାଯାଇଥିବା ବେଳେ ସାଧାରଣ ବଂଟନ ବ୍ୟବସ୍ଥାରେ ଏହାକୁ ବାଧ୍ୟତା ମୁଳକ କରାଯିବା ବିଡମ୍ବନାର ବିଷୟ । ସଚେତନ ଲୋକମାନଙ୍କୁ ଏଥିରୁ ବାରଣ କରାଯାଇଥିବା ବେଳେ କରୋନା ସଂକ୍ରମଣ ସମୟରେ ଅଳ୍ପ ସଚେତନ ଲୋକମାନଙ୍କ ପାଇଁ ଏହା ବାଧ୍ୟତାମୁଳକ କରାଯିବା ବିଭାଗୀୟ ଅଧିକାରୀ ଏବଂ ନିତି ନିର୍ଧାରକ ମାନଙ୍କର କାର୍ଯ୍ୟ ଦକ୍ଷତା ଓ ଦୁରଦୃଷ୍ଟି ପ୍ରତି ଆଙ୍ଗୁଳି ନିର୍ଦେଶ କରୁଛି । ଢେଙ୍କାନାଳ ସଦର ବ୍ଲକ୍ ସମେତ ସମଗ୍ର ଜିଲ୍ଲାରେ ଏଭଳି କାର୍ଯ୍ୟ ଚାଲିଥିଲେ ମଧ୍ୟ ତାହାର ସମାଧାନ ପ୍ରତି କାହାର ଦୃଷ୍ଟି ନଥିବା ଜଣାପଡୁଛି । ଏ ସଂପର୍କରେ ଅଧିକାରୀଙ୍କୁ ପଚାରିବାରୁ ସେ କୁହନ୍ତି ଯେ, ସରକାରଙ୍କ ତରଫରୁ ଏ ସଂପର୍କରେ କୈାଣସି ନିର୍ଦେଶ ଆସି ନାହିଁ ବରଂ ସବୁ ଜିଲ୍ଲାରେ ଚାଲିଥିବା ସେ କହିଛନ୍ତି । ତେବେ ମହାମାରୀ କରୋନା ସମୟରେ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେବା ପାଇଁ ବୁଦ୍ଧୀଜୀବି ମହଲରେ ଦାବୀ ହେଉଛି ।

LEAVE A REPLY

Please enter your comment!
Please enter your name here