31.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଗଙ୍ଗାନଦୀରେ ଭାସୁଛି ୪୫ରୁ ଅଧିକ ମୃତଦେହ

ଗଙ୍ଗାନଦୀରେ ଭାସୁଛି ୪୫ରୁ ଅଧିକ ମୃତଦେହ

ପାଟନା : ଉତ୍ତରପ୍ରଦେଶ ଏବଂ ବିହାର ସୀମାନ୍ତରେ ଗଙ୍ଗାନଦୀରେ ୪୫ରୁ ଅଧିକ ମଣିଷଙ୍କ ମୃତଦେହ ଭାସୁଛି। ସେଗୁଡିକ ପଚିଯାଇ ଏବେ ବିହାର ପଟ ବକ୍ସର ଜିଲାର ଚଉସା ନିକଟରେ ନଦୀ କୂଳରେ ଲାଗିରହିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳ ସହିତ ସମଗ୍ର ବକ୍ସର ଜିଲାରେ ଆତଙ୍କ ଖେଳିଯାଇଛି। ଲୋକମାନେ ଗତକାଲି ସକାଳେ ନଦୀ କୂଳରେ ମୃତଦେହଗୁଡିକୁ ଦେଖିବାପରେ ତୁରନ୍ତ ପ୍ରଶାସନକୁ ଜଣାଇଥିଲେ। ପ୍ରଶାସନ ସେଠାରେ ପହଞ୍ଚି ଅନୁଧ୍ୟାନ ଆରମ୍ଭ କରିଛି। ତେବେ ସେଗୁଡିକ ଉତ୍ତରପ୍ରଦେଶରୁ ନଦୀ ସ୍ରୋତରେ ଭାସିଆସିଥିବା ଅନୁମାନ କରୁଛି ସ୍ଥାନୀୟ ପ୍ରଶାସନ।

ସମ୍ଭବତଃ ଉତ୍ତରପ୍ରଦେଶରେ କୋଭିଡରେ ପ୍ରାଣ ହରାଇଥିବା ଏହି ଲୋକମାନଙ୍କ ପରିବାରବର୍ଗ ଓ ସଂପର୍କୀୟମାନେ ସେଗୁଡିକର ଅନ୍ତିମ ସଂସ୍କାର କରିବାକୁ ଅକ୍ଷମ ହେବାପରେ ସେଗୁଡିକୁ ନଦୀରେ ଫିଙ୍ଗି ଦିଆଯାଇଥିବା ଅନୁମାନ କରିଛନ୍ତି ସ୍ଥାନୀୟ ପ୍ରଶାସନ। ଏହା ପୂର୍ବରୁ ଶନିବାର ଦିନ ଯମୁନା ନଦୀରେ ବହୁସଂଖ୍ୟକ ଅଧାପୋଡା ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ଚଉସାର ଜିଲା ଅଧିକାରୀ ଅଶୋକ କୁମାର ଗଙ୍ଗା ନଦୀକୂଳରେ ଥିବା ମହାଦେବ ଘାଟକୁ ଯାଇ ନିଜେ ମୃତଦେହଗୁଡିକ କୂଳରେ ଭାସୁଥିବା ଏବଂ ଆଉକିଛି କୂଳରେ ଲାଗିରହିଥିବା ଦେଖିଥିଲେ। ସ୍ଥାନୀୟ କିଛି ଲୋକଙ୍କ କହିବା ଅନୁଯାୟୀ ପ୍ରାୟ ଶହେଟି ମୃତଦେହ ନଦୀରେ ଭାସୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking