31.1 C
Bhubaneswar
Friday, March 29, 2024
Homeଓଡିଶାଆଜିଠୁ କଟକ ଓ ରାଉରକେଲାରେ ୧୮ରୁ ୪୪ ବର୍ଷ ବର୍ଗଙ୍କ ପାଇଁ ଟିକାକରଣ ଆରମ୍ଭ

ଆଜିଠୁ କଟକ ଓ ରାଉରକେଲାରେ ୧୮ରୁ ୪୪ ବର୍ଷ ବର୍ଗଙ୍କ ପାଇଁ ଟିକାକରଣ ଆରମ୍ଭ

କଟକ : ଆଜିଠୁ କଟକରେ ୧୮ରୁ ୪୪ ବର୍ଷ ବର୍ଗଙ୍କ ପାଇଁ ଟିକାକରଣ ଆରମ୍ଭ । ସକାଳ ୮ଟାରୁ ଦିନ ୧୨ଟା ଯାଏ ଦିଆଯିବ ଟିକା । ସ୍ଲଟ ବୁକ୍‌ କରିନଥିଲେ ଟିକା ଦିଆଯିବନି। ଏସ୍‌ସିବି, ସିଟି ହସ୍ପିଟାଲ ସହ ସହରର ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ଟିକାକରଣ କରାଯିବ । ଇଣ୍ଡୋର ଷ୍ଟାଡିୟମରେ କେବଳ ଦ୍ୱିତୀୟ ଡୋଜ୍‌ ଟିକାକରଣ କରାଯାଉଛି। ଅନ୍ୟପଟେ ଘରୋଇ ହସ୍ପିଟାଲ ଓ ଗ୍ରାମାଞ୍ଚଳରେ ଟିକାକରଣ ପାଇଁ ଖୁବଶୀଘ୍ର ସୂଚନା ଦିଆଯିବ ବୋଲି କହିଛନ୍ତି ଜିଲ୍ଲା କୋଭିଡ ନୋଡାଲ ଅଫିସର ଉମେଶ ରାୟ।

ସେହିପରି ରାଉରକେଲା ମହାନଗର ନିଗମ ଅଞ୍ଚଳରେ ମଧ୍ଯ ୧୮ରୁ ୪୪ ବର୍ଷ ବର୍ଗର ବ୍ୟକ୍ତିଙ୍କୁ ଟିକାକରଣ । ଅନଲାଇନ ପଞ୍ଜୀକରଣ କରି ସ୍ଲଟ୍‌ ବୁକିଂ କରିଥିବା ବ୍ୟକ୍ତିମାନେ ମଙ୍ଗଳବାର, ଗୁରୁବାର ଓ ଶନିବାର ଟିକା ନେଇପାରିବେ । ସେହିପରି ୪୫ ବର୍ଷରୁ ଅଧିକ ବର୍ଗର ବ୍ୟକ୍ତିମାନେ ବୁଧବାର, ଶୁକ୍ରବାର ଓ ସୋମବାରରେ ଦ୍ୱିତୀୟ ଡୋଜ୍‌ ଟିକା ନେବେ । ଟିକାଦାନ ପାଇଁ ରାଉରକେଲା ସହରରେ ୮ଟି କେନ୍ଦ୍ର କରାଯାଇଛି । ଆଗାମୀ ୧୦ରୁ ୧୨ ଦିନ ପର୍ଯ୍ୟନ୍ତ ଟିକାକରଣ ଚାଲୁ ରହିବ। ପର୍ଯ୍ୟାୟକ୍ରମେ ଟିକା ପହଞ୍ଚିଲେ ସେ ଅନୁଯାୟୀ ଟିକାକରଣ ହେବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking