35.1 C
Bhubaneswar
Saturday, May 4, 2024
Homeଓଡିଶାଅତ୍ୟାବଶ୍ୟକ ସାମଗ୍ରୀର ଅଚାନକ ମୁଲ୍ୟବୃଦ୍ଧି

ଅତ୍ୟାବଶ୍ୟକ ସାମଗ୍ରୀର ଅଚାନକ ମୁଲ୍ୟବୃଦ୍ଧି

ଢେଙ୍କାନାଳ : ରାଜ୍ୟ ସରକାର ଲକ୍‌ଡାଉନ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀର ବେଆଇନ ଭାବେ ଗଛିତ କରିବା ଓ ଚଢା ଦରରେ ବଜାରରେ ବିକ୍ରି କରିବା ଉପରେ କଡା ନଜର ରଖିବା ପାଇଁ ଜିଲ୍ଲା ଯୋଗାଣ ଅଧିକାରୀମାନେ ତଦାରଖ କରିବାକୁ ନିର୍ଦେଶ ଦେଇଛନ୍ତି । ଢେଙ୍କାନାଳ ଜିଲ୍ଲା ସଦର ବ୍ଲକରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ଅଚାନକ ମୁଲ୍ୟବୃଦ୍ଧିକୁ ନେଇ ଜନସାଧାରଣ ହନ୍ତସନ୍ତ ।
ମିଳିଥିବା ସୁଚନା ମୁତାବକ, ଢେଙ୍କାନାଳ ସହରର ବାଜିଚୈାକ ଠାରେ ଥିବା ଆଳୁ ଗୋଦାମରେ ହଠାତ୍ ଆଳୁ ଓ ପିଆଜ ଦର ବୃଦ୍ଧି କରିଥିବା ଦେଖିବାକୁ ମିଳିଛି ।

ଯାହାକୁ ନେଇ ବେପାରି ଓ ଖାଉଟି ମାନେ ତିବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ସଂପ୍ରତି ଜିଲ୍ଲାରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି । ବର୍ତମାନ ଜିଲ୍ଲାରେ ଚାଉଳ, ଡାଲି, ଗହମ, ଖାଇବା ତେଲ, ଆଳୁ, ପିଆଜ, ଚିନି, ଲୁଣ, ଅଟା, ମଇଦା ଓ ସୁଜି ଆଦି ଖାଇବା ସାମଗ୍ରୀର ଚହିଦା ବଢିବାରେ ଲାଗିଥିବାରୁ ଅଚାନକ ଏହାର ମୁଲ୍ୟ ବୃଦ୍ଧି କରି ବିକ୍ରି କରିବାରେ ଲାଗିଛନ୍ତି ଡିଲର ମାନେ । ଏହି ଦ୍ୱିତୀୟ ଲକ୍‌ଡାଉନ ସମୟରେ ଅତ୍ୟାବଶ୍ୟକ ଖାଦ୍ୟସାମଗ୍ରୀର ପରିବହନ ଉପରେ କୈାଣସି କଟକଣା ନଥାଇ ମଧ୍ୟ ଦର ବୃଦ୍ଧି ହେଉଛି । ତେଣୁ ଜନସାଧାରଣ ଖାଦ୍ୟସାମଗ୍ରୀ ନମିଳିବା ଭୟରେ ଚାହିଦା ଠାରୁ ଅଧିକ ଖାଦ୍ୟ ସାମଗ୍ରୀ ଚଢା ଦରରେ କିଣିବାକୁ ବଧ୍ୟ ହେଉଛନ୍ତି । ତେବେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଜନସାଧାରଣରେ ଦାବୀ ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking