38.1 C
Bhubaneswar
Friday, April 26, 2024
Homeଓଡିଶାଭାରତ କିଷାନ ସଂଘର୍ଷ ସମନ୍ୱୟ ସମିତି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ଭାରତ କିଷାନ ସଂଘର୍ଷ ସମନ୍ୱୟ ସମିତି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ବ୍ରହ୍ମପୁର : ସରକାରୀ ନିୟନ୍ତ୍ରିତ ମଣ୍ଡି ବ୍ୟବସ୍ଥା କୁ ସୁଦୃଢ କରାଯାଉ, ଧାନ କୁଇଣ୍ଟାଲ ପିଛା 3000/ଟଙ୍କା ଦିଆଯାଉ, ଡ଼. ସ୍ୱମୀନାଥନ ଜାତୀୟ କୃଷକ କମିଶନ -2006ସୁପାରିଶ ଅନୁଯାଇ ସମସ୍ତ କୃଷି ଯାତାଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ MSP ପ୍ରଦାନ କରାଯାଉ ଦାବିରେ ଆଜି ଅର୍ଥାତ ଅକ୍ଟୋବର 14 ଦେଶବ୍ୟାପି ପ୍ରତିବାଦ ଓ ବିକ୍ଷୋଭ ଅବସରରେ ଗଞ୍ଜାମ ଜିଲ୍ଳାର ବ୍ରହ୍ମପୁର ସ୍ଥିତ କାମାପଲ୍ଲୀ ଠାରେ ଅଖିଳ ଭାରତ କିଷାନ ସଂଘର୍ଷ ସମନ୍ୱୟ ସମିତି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ହୋଇଯାଇଛି। କେନ୍ଦ୍ର ବିଜେପି ସରକାରର କୃଷି ଓ କୃଷକ ସର୍ବନାଶ କାରି କର୍ପୋରେଟ ସପକ୍ଷବାଦୀ କୃଷି ଆଇନର ତୀଵ୍ର ପ୍ରତିବାଦ କରାଯାଇଥିଲା।
ଆଜିର ଏ ପ୍ରତିବାଦ କାର୍ଯ୍ୟକ୍ରମରେ ଓଡିଶା କୃଷକ ସଭା ଗଞ୍ଜାମ ଜିଲ୍ଳା ସଭାପତି ଗୋପାଳ ପାଣିଗ୍ରାହୀ, ସମ୍ପାଦକ ପି. ହରିକୃଷ୍ଣ ରେଡି,ସଂଗଠନ ସମ୍ପାଦକ ବସନ୍ତ ନନ୍ଦ, ବିଜୟ ବିଷୋୟୀ, ବାବୁଲି ନାୟକ, ମଙ୍ଗୁଲୁ ଡାକୁଆ, ଶ୍ୟାମ ବେହେରା, ଏ ଆଇ କେ ଏସ ର ଜିଲ୍ଳା ନେତା ନୀଳକଣ୍ଠ ଦାସ, ଦୁର୍ୟୋଧନ ନାହାକ, ଗୁରୁଦେବ ବେହେରା, ମୁନା ପାତ୍ର ଓଏଆଇକେଏମଏସ ଜିଲ୍ଲା ନେତା ଭାଲ ଚନ୍ଦ୍ର ଷଡ଼ଙ୍ଗୀ, ଲଡ଼ୁ କିଶୋର ଡାକୁଆ, ନାରାୟଣ ବିଶୋଇ ପ୍ରମୁଖ ନେତୃତ୍ୱ ନେଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking