କୁକଡାଖଣ୍ଡି ପଞ୍ଚାୟତ ସମିତି ସଭା ଗୃହରେ ସପ୍ତମ ସାଧାରଣ ଅଧିଵେସନ ଅନୁଷ୍ଠିତ

The seventh general session is being held at the Kukdakhandi Panchayat Samiti Assembly Hall

ବ୍ରହ୍ମପୁର : କୁକଡାଖଣ୍ଡି ପଞ୍ଚାୟତ ସମିତି ସଭା ଗୃହରେ ବ୍ଳକ ଅଧକ୍ଷ କାମାକ୍ଷା ପ୍ରସାଦ ପାତ୍ରଙ୍କ ଅଧକ୍ଷତାରେ ସପ୍ତମ ସାଧାରଣ ଅଧିଵେସନ ଅନୁଷ୍ଠିତ ହୋଇଥିଲା । ଏହି ଅଧିଵେସନରେ ଡଃ ପ୍ରଦୀପ କୁମାର ପାଣିଗ୍ରାହୀ ( ବିଧାୟକ ଗୋପାଳପୁର) , ହିମାଂଶୁ ପାଢ଼ୀ( ବିଧାୟକ ପ୍ରତିନିଧି ଦିଗପହଣ୍ଡି ) , ଟି ରଘୁପାତ୍ର (ସାଂସଦ ପ୍ରତିନିଧି ବ୍ରହ୍ମପୁର) ଗଦାଧର ପାତ୍ର( ବିଡ଼ିଓ କୁକଡାଖଣ୍ଡି ) ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ( ତହସିଲଦାର କମ୍ ସିଡିପିଓ କୁକଡାଖଣ୍ଡି ) ଵିଇଓ, କୃଷି ଅଧିକାରୀ ସମେତ କନିଷ୍ଠ ଯନ୍ତ୍ରୀ ଓ ସମସ୍ତ ଅଫିସର ମାନେ ଉପସ୍ଥିତ ଥିଲେ । ସମିତି ସଭାରେ ତହସିଲଦାରଙ୍କ କାର୍ଯ୍ୟକଳାପ ଓ ସମିତି ମେମ୍ଵର ମାନଙ୍କୁ ବ୍ୟବହାରକୁ ନେଇ ଜୋରଦାର ଭାବେ ହୋହାହ୍ଲା ହେଇଥିବା ଦେଖିଵାକୁ ମିଳିଥିଲା । ତାସହ ତହସିଲଦାର ଅଧକ୍ଷ ପାତ୍ର ଙ୍କୁ ଅଙ୍ଗୁଳି ଦେଖାଇବା ନେଇ ଉପସ୍ଥିତ ଥିବା ସମସ୍ତ ସମିତି ମେମ୍ଵରମାନେ ତହସିଲଦାରଙ୍କ ଵଦଳି ଦାବି କରିବା ସହ ଜିଲ୍ଲାପାଳ ଗଞ୍ଜାମଙ୍କୁ ଚିଠି କରିବା ପାଇଁ ସ୍ଥିର ହୋଇଥିଲା । ତାସହ ଵ୍ଳକକୁ ଆସୁଥିବା ସମସ୍ତ ଟଙ୍କାକୁ ଠିକ୍ ଭାବରେ ଉପଯୋଗ କରାଯିବା ନେଇ ଆଲୋଚନା ହୋଇଥିଲା । ଲୋକମାନଙ୍କୁ ଠିକ୍ ବ୍ୟବହାର କରିବା ସହ ଲୋକଙ୍କ କାମ ସଠିକ୍ ହୋଇପାରିଵ ସେ ନେଇ ଆଲୋଚନା ହୋଇଥିଲା । ଶିକ୍ଷା କ୍ଷେତ୍ରରେ କିପରି ପିଲାମାନଙ୍କ ଉନ୍ନତି ହେଵ,କୃଷି କ୍ଷେତ୍ରରେ କିପରି କୃଷକ ମାନେ ଲାଭବାନ ହେଵେ ସେ ନେଇ ଆଲୋଚନା ହୋଇଥିଲା । ଶେଷରେ ପୂର୍ବତନ ବ୍ଳକ ଅଧକ୍ଷ ଦିଲ୍ଲୀପ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here