ଲଗାଣ ବର୍ଷାରେ ଭାଙ୍ଗିଲା ଘର

hinjilikatu house broke by rain

ବ୍ରହ୍ମପୁର : ହିଞ୍ଜିଳିକାଟୁ ବ୍ଲକରେ ଲଘୁଚାପ ଜନିତ ବର୍ଷା ଫଳରେ ବ୍ଲକର ବିଭିନ୍ନ ସ୍ଥାନ ଏବେ ଜଳମଗ୍ନ ହୋଇଥିବା ବେଳେ ଅନେକ କଚା ଘର ଭାଙ୍ଗିଥିବା ଦେଖିବାକୁ ମିଳିଛି । ହିଞ୍ଜିଳି ବ୍ଲକ ଖଣ୍ଡରା ଗ୍ରାମର ଶ୍ରୀକାନ୍ତ ଚୌଧୁରୀଙ୍କ ଲଗାଣ ବର୍ଷାରେ ଘର ମାଟି ବାଡ଼ ଭୁଶୁଡି ପଡିଛି । ଯାହା ଫଳରେ ରହିବା ଖାଇବା ଅସୁବିଧା ହେଉଛି । ଘରର ମାଟି ବାଡ଼ଟି ଭୁଶୁଡି ଥିଲେ ମଧ୍ୟ ଏପର୍ଯ୍ୟନ୍ତ ସରପଞ୍ଚ କି ସମିତିସଭ୍ୟ କିଏ ବି ତାଙ୍କ ଦୁଃଖ ଶୁଣିନଥିବା ସେ କହିଛନ୍ତି । ତାଙ୍କୁ ସରକାରଙ୍କ ଦ୍ଵାରା ମିଳୁଥିବା ଆବାସ ଯୋଜନାରେ ସାମିଲ କରିବାକୁ ଅନୁରୋଧ କରିଛନ୍ତି । ସେହିପରି ହିଞ୍ଜିଳିକାଟୁ ପୌରଞ୍ଚଳର ୱାର୍ଡ ନଂ 15ର ହରି ବେହେରାଙ୍କ ଘରର ଆଜବେଷ୍ଟ ଟିଣ ଓ ମାଟି ବାଡ଼ଟି ସମ୍ପୂର୍ଣ ଭାଙ୍ଗି ଯାଇଛି। ସେମାନଙ୍କୁ ସରକାରଙ୍କ ତରଫରୁ କିଛି ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here