36.1 C
Bhubaneswar
Wednesday, May 27, 2026
Homeଦେଶ ବିଦେଶବୁଲାଇବାକୁ ନେଇ ନାବାଳକ ପୁଅର ତଣ୍ଟି କାଟିିଦେଲା ରାକ୍ଷସୀ ମା’

ବୁଲାଇବାକୁ ନେଇ ନାବାଳକ ପୁଅର ତଣ୍ଟି କାଟିିଦେଲା ରାକ୍ଷସୀ ମା’

ୱାଶିଂଟନ୍‌: ନୃଶଂସ ମା’। ନିଜ ଜନ୍ମକଲା ଛୁଆର ତଣ୍ଟିକାଟି ମାରିଦେଲା। ବୁଲାଇବାକୁ ସାଙ୍ଗରେ ନେଇକି ଗଲା। ମାଆ ଏବଂ ନାବାଳକ ପୁଅ ଛୁଟି କାଟିବା ପାଇଁ ବେଶ ଉତ୍ସାହର ସହ ବୁଲିବା ପାଇଁ ବାହାରିଲେ। ହୋଟେଲରେ ମଧ୍ୟ ରହିଲେ। ହେଲେ ନିଷ୍ଠୁର ମା’ର କ’ଣ ହେଲା କେଜାଣି, ନିଜ ଜନ୍ମକଲା ନାବାଳକ ପୁଅର ତଣ୍ଟି କାଟିଦେଲା। ହେଲେ ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହାକି ପୁଅର ହତ୍ୟା କରିବା ପରେ ନିଜେ ଫୋନ କରି ଜଣାଇଲା କି ସେ ହିଁ ତା ପୁଅର ହତ୍ୟା କରିଛି ବୋଲି। ପରେ ହୋଟେଲରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ନାବାଳକ ପୁଅର ମୃତଦେହ ଉଦ୍ଧାର କରାଗଲା। ଏମିତି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଆମେରିକାରେ।

ଅଭିଯୁକ୍ତ ମହିଳା ଜଣଙ୍କର ତାଙ୍କ ସ୍ୱାମୀଙ୍କ ସହ ବିବାହ ବିଚ୍ଛେଦ ହୋଇସାରିଛି। ହେଲେ ନାବାଳକ ପୁଅଟି ତାଙ୍କ ବାପାଙ୍କ ସହ ରହୁଥିଲେ। ଏବଂ ମହିଳା ଜଣକ ଏକା ରହୁଥିଲେ। ଛୁଟି କାଟିବା ପାଇଁ ପୁଅକୁ ବୁଲେଇବାକୁ ନେଇଥିଲେ। ଆଉ ହୋଟେଲରେ ମାଆ ପୁଅ ରହିଥିଲେ। କିନ୍ତୁ ସେହି ହୋଟେଲ ରୁମ ଭିତରେ ହିଁ ନିଜ ଜନ୍ମ କଲା ପୁଅର ତଣ୍ଟି କାଟି ମାରିଦେଲା ରାକ୍ଷସୀ ମାଆ। କୁହାଯାଉଛି ମୃତ ପୁଅର ବାପା-ମାଆ ଭାରତୀୟ ବଂଶୋଦ୍ଭବ। ହେଲେ ଦୁହିଁଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇସାରିଛି। ଆଉ ବୁଲେଇବାକୁ ନେଇ ପୁଅକୁ ମାରିଦେଇଛି ମାଆ। ପରେ ନିଜେ ହତ୍ୟା କରିଥିବା ନେଇ ଫୋନ କରି ଜଣାଇଛି। ହୋଟେଲରୁ ନାବାଳକ ପୁଅର ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking