ଭୁବନେଶ୍ୱର :ଦିନକୁ ଦିନ ରାଜ୍ୟରେ ବଢି ଚାଲିଛି କରୋନା ସଂକ୍ରମଣ । ହୁହୁ ହୋଇ ବଢି ଚାଲିଛି କରୋନା ମହାମାରୀ ସଂକ୍ରମଣ ।ପ୍ରତିଦିନ ରାଜ୍ୟରେ ନୂଆ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟାରେ ମଧ୍ୟ ରୋକ୍ ଲାଗୁ ନାହିଁ ।ଆଜି ପୁଣି ୧୩ ଜୀବନ ନେଇଛି କରୋନା ମହାମାରୀ । ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୪୧୮୦ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୮୨କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ମିଳିଛି ।
Regret to inform of the demise of thirteen Covid positive patients while under treatment in hospitals.
1.A 25 year old male of Bargarh district.
2. An 82 year old male of Bolangir district.
— H & FW Dept Odisha (@HFWOdisha) September 18, 2020
3.A 49 year old male of Bhubaneswar who was also suffering from Chronic Kidney Disease.
4.A 65 year old female of Cuttack district who was also suffering from Diabetes.
5.A 53 year old female of Gajapati district who was also suffering from Diabetes.
— H & FW Dept Odisha (@HFWOdisha) September 18, 2020
6.A 77 year old male of Kandhamal district who was also suffering from Dilated Cardiomyopathy, Severe Left Ventricular Dysfunction, hypertension.
7.A 78 year old female of Khordha district who was also suffering from Diabetes.
8.A 39 year old male of Khordha district.
— H & FW Dept Odisha (@HFWOdisha) September 18, 2020
9. A 90 year old female of Kendrapada district.
10. A 97 year old female of Kendrapada district.
11. A 50 year old male of Mayurbhanj district.
12.A 65 year old male of Puri district who was also suffering from Coronary Artery Disease.
— H & FW Dept Odisha (@HFWOdisha) September 18, 2020
13.A 79 year old male of Puri district.
— H & FW Dept Odisha (@HFWOdisha) September 18, 2020
ଆଜି ମୃତ୍ୟୁବରଣ କରିଥିବା ୧୩ଜଣଙ୍କ ମଧ୍ୟରୁ ଖୋର୍ଦ୍ଧ ଜିଲ୍ଲାରୁ ୩ ଜଣ ରହିଥିବା ବେଳେ ପୁରୀ ଓ କେନ୍ଦ୍ରାପଡ଼ାରୁ ୨ଜଣ ଲେଖାଏଁ ରହିଛନ୍ତି । ସେହିପରି ବରଗଡ଼, ବଲାଙ୍ଗୀର,କଟକ, ଗଜପତି , କନ୍ଧମାଳ ଓ ମୟୁରଭଞ୍ଜରୁ ଜଣେ ଲେଖାଏଁ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି ।
ସୂଚନାଯୋଗ୍ୟ, ରାଜ୍ୟରେ ଏବେ ସୁଦ୍ଧା ମୋଟ ୧,୭୧,୩୪୧ ଟି ପଜିଟିଭ କେସ୍ ଚିହ୍ନଟ ହୋଇଥିବା ବେଳେ ୧,୩୩,୪୬୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୩୭,୧୪୦ ଜଣ ଏବେ ବିଭିନ୍ନ ଚିକିତ୍ସାଳୟରେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି ।