28.1 C
Bhubaneswar
Tuesday, May 5, 2026
Homeଦେଶ ବିଦେଶଶାଶୁ, ଦୁଇ ଶଳାଙ୍କ ଉପରେ ଢ଼ାଳିଦେଲା ଏସିଡ୍‌

ଶାଶୁ, ଦୁଇ ଶଳାଙ୍କ ଉପରେ ଢ଼ାଳିଦେଲା ଏସିଡ୍‌

ଉତ୍ତରପ୍ରଦେଶ: ଝଗଡ଼ା ସମାଧାନ କରିବାକୁ ଯାଇ ହଟାହଟା ହେଲେ ଝିଅ ଘର ଲୋକ। ଜ୍ୱାଇ ମାଡ଼ ମାରିବା ସହ ଶାଶୁ, ଶଳାଙ୍କ ଦେହରେ ଢ଼ାଳି ଦେଲା ଏସିଡ୍‌। ଉତ୍ତରପ୍ରଦେଶ ଗୋଣ୍ଡାରେ ଜ୍ୱାଇଁ ନିଜ ପରିବାର ଲୋକଙ୍କ ସହ ମିଶି ଶଶୁର ଘର ଲୋକଙ୍କୁ ମାରପିଟ୍ କରିଛି। ସେତିକିରେ ଶାନ୍ତି ହେଲାନି ମନ ଶାଶୁ ଆଉ ଶଳାଙ୍କ ଉପରେ ଏସିଡ୍ ଢ଼ାଳି ସେମାନଙ୍କୁ ଆହତ କରିଛି ଜ୍ୱାଇଁ। ଘଟଣାରେ ପୋଲିସ, ଶାଶୁ, ଶଶୁର, ଦୁଇ ଦିଅରଙ୍କୁ ବାନ୍ଧିଛି। ଏହି ଘଟଣା ଖୋଣ୍ଡାରୀ ଥାନା ଅଞ୍ଚଳର ହନୁମାନ ମନ୍ଦିର ନିକଟରେ ଘଟିଛି। ପାରିବାରିକ ବିବାଦ ନେଇଛି ହିଂସା ରୂପ। ସ୍ୱାମୀ- ସ୍ତ୍ରୀ ମଧ୍ୟରେ ହେଉଥିବା ଝଗଡ଼ା ସମାଧାନ କରିବାକୁ ଝିଅର ପରିବାର ତା ଶାଶୁ ଘରକୁ ଆସିଥିଲେ। ହେଲେ ଝଗଡ଼ା ସମାଧାନ ହେବା ପରିବତ୍ତେ ମାମଲା ଅଧିକ ବଢ଼ି ଯାଇଥିଲା। ସ୍ୱାମୀ ସ୍ତ୍ରୀକୁ ମାରପିଟ୍ କରୁଥିବାର କଥା ଝିଅ ଘର ଲୋକ ଜାଣିଥିଲେ। ଏହାକୁ ସମାଧାନ କରିବା ପାଇଁ ଘିଅ ଘରକୁ ଆସିଥିଲେ। ହେଲେ ଶଶୁର ଘର ଲୋକ ଲୁହା ରଡ଼ରେ ବୋହୂର ବଡ଼ ଭାଇକୁ ଆକ୍ରମଣ କରିଥିଲେ।

କଥା ଏତିକିରେ ଶାନ୍ତ ପଡ଼ିନଥିଲା ଜ୍ୱାଇଁ ନିଜ ପରିବାର ସାହାର୍ଯ୍ୟରେ ଶଶୁର ଘର ଲୋକଙ୍କ ଉପରେ ଢ଼ାଳି ଦେଇଥିଲା ଏସିଡ୍‌। ଏହି ଘଟଣାରେୁ ଝିଅ ପରିବାରର ୪ଜଣ ଗୁରୁତର ହୋଇଛନ୍ତି। ବସ୍ତି ଜିଲ୍ଲାର ବାସିନ୍ଦା ଶିବାନୀଙ୍କର ତିନି ବର୍ଷ ପୂର୍ବେ ଖୋଡାରେ ଥାନା ଅଞ୍ଚଳର ହନୁମାନ ନଗରର ସୁନା ବ୍ୟବସାୟୀ ସଚିନଙ୍କ ସହ ବିବାହ ହୋଇଥିଲା। ରବିବାର ରାତିରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ବିବାଦ ହୋଇଥିଲା। ଯାହାର ସୂଚନା ପାଇ ସୋମବାର ଦିନ ଶିବାନୀଙ୍କ ଭାଇ ଶୁଭମ, ବଡ଼ ଭାଇ ସୋନୁ ଏବଂ ମାଆ ଉର୍ମିଳା ଦେବୀ ପରିବାରର ଅନ୍ୟ ସଦସ୍ୟଙ୍କ ସହିତ ଶ୍ୱଶୁର ଘରେ ପହଞ୍ଚିଥିଲେ। କୁହାଯାଉଛି ଯେ କଥାବାର୍ତ୍ତା ସମୟରେ ପରିବେଶ ଉତ୍ତେଜନାପୂର୍ଣ୍ଣ ହୋଇଯାଇଥିଲା। ଏହି ସମୟରେ ସଚିନଙ୍କ ବାପା ବିଜୟ ଏକ ଲୁହା ରଡ୍ ସାହାଯ୍ୟରେ ସୋନୁଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking