23.1 C
Bhubaneswar
Sunday, January 23, 2022
Homeଓଡିଶାଆଉ ୧୩ ଜୀବନ ନେଲା କରୋନା ମହାମାରୀ : ମୃତ୍ୟୁ ସଂଖ୍ୟା ୬୮୨କୁ ବୃଦ୍ଧି

ଆଉ ୧୩ ଜୀବନ ନେଲା କରୋନା ମହାମାରୀ : ମୃତ୍ୟୁ ସଂଖ୍ୟା ୬୮୨କୁ ବୃଦ୍ଧି

ଭୁବନେଶ୍ୱର :ଦିନକୁ ଦିନ ରାଜ୍ୟରେ ବଢି ଚାଲିଛି କରୋନା ସଂକ୍ରମଣ । ହୁହୁ ହୋଇ ବଢି ଚାଲିଛି କରୋନା ମହାମାରୀ ସଂକ୍ରମଣ ।ପ୍ରତିଦିନ ରାଜ୍ୟରେ ନୂଆ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟାରେ ମଧ୍ୟ ରୋକ୍ ଲାଗୁ ନାହିଁ ।ଆଜି ପୁଣି ୧୩ ଜୀବନ ନେଇଛି କରୋନା ମହାମାରୀ । ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୪୧୮୦ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୮୨କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ମିଳିଛି ।

ଆଜି ମୃତ୍ୟୁବରଣ କରିଥିବା ୧୩ଜଣଙ୍କ ମଧ୍ୟରୁ ଖୋର୍ଦ୍ଧ ଜିଲ୍ଲାରୁ ୩ ଜଣ ରହିଥିବା ବେଳେ ପୁରୀ ଓ କେନ୍ଦ୍ରାପଡ଼ାରୁ ୨ଜଣ ଲେଖାଏଁ ରହିଛନ୍ତି । ସେହିପରି ବରଗଡ଼, ବଲାଙ୍ଗୀର,କଟକ, ଗଜପତି , କନ୍ଧମାଳ ଓ ମୟୁରଭଞ୍ଜରୁ ଜଣେ ଲେଖାଏଁ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି ।
ସୂଚନାଯୋଗ୍ୟ, ରାଜ୍ୟରେ ଏବେ ସୁଦ୍ଧା ମୋଟ ୧,୭୧,୩୪୧ ଟି ପଜିଟିଭ କେସ୍ ଚିହ୍ନଟ ହୋଇଥିବା ବେଳେ ୧,୩୩,୪୬୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୩୭,୧୪୦ ଜଣ ଏବେ ବିଭିନ୍ନ ଚିକିତ୍ସାଳୟରେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking