ଯାଜପୁର : ରାଜ୍ୟରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମ ଥିବା ଦର୍ଶାଇ ବିଭିନ୍ନ ବିଦ୍ୟାଳୟକୁ ବନ୍ଦ କରିବାକୁ ନିଷ୍ପତି ନେଇଛନ୍ତି ସରକାର । ଏହି ନିଷ୍ପତି ପ୍ରତିବାଦରେ କନିିଷ୍ଠ ଆଶାୟୀ ଶିକ୍ଷକ ସଂଘ ଯାଜପୁର ଶାଖା, ସରକାରୀ ବିଦ୍ୟାଳୟ ଅଭିଭାବକ ସଂଘ ଓ ଆମ ଆଦମୀ ପାର୍ଟି ପକ୍ଷରୁ ମିଳିତ ଭାବେ ଜିଲ୍ଲାପାଳଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି । ସରକାରଙ୍କ ଏଭଳି ନିଷ୍ପତି ପଂଳରେ ରାଜ୍ୟର ୧୫ ହଜାରରୁ ଉର୍ଦ୍ଧ ସରକାରୀ ବିଦ୍ୟାଳୟକୁ ବନ୍ଦ କରିବାକୁ ଯୋଜନା କରୁଛନ୍ତି । ଗୋଟିଏ ପଟେ ସରକାର ଏଭଳି ନିଷ୍ପତି ନେଉଛନ୍ତି ଅନ୍ୟପଟେ ଘରୋଇ ସ୍କୁଲକୁ ପ୍ରୋତ୍ସାହିତ କରୁଛନ୍ତି । ବିନା କୌଣସି କାଗଜପତ୍ରରେ ଶହ ଶହ ସ୍କୁଲ ଖୋଲିବାକୁ ଅନୁମତି ଦେଉଛନ୍ତି । ତେଣୁ ଏଭଳି ଏକ ନିଷ୍ପତିକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବୀ କରାଯାଇଛି ।