ONAର ପ୍ରଭାବ: ଖଵର ପ୍ରସାରଣ ପରେ ଦୁଇ ଭିନ୍ନ କ୍ଷମ ପିଲାଙ୍କୁ ମିଳିଲା ସରକାରୀ ସହାୟତା

ଭୁବନେଶ୍ୱର: ଦୀର୍ଘ ଦିନରୁ ଶତପ୍ରତିଶତ ଦିବ୍ୟାଙ୍ଗ ପ୍ରମାଣ ପତ୍ର ଥାଇ ମଧ୍ୟ ଦିବ୍ୟାଙ୍ଗ ଭାଇ ଭଉଣି ଭତ୍ତା ଓ ଅନ୍ୟାନ୍ୟ ସରକାରୀ ସହାୟତାରୁ ଵଞ୍ଚିତ ଥିଲେ । ଉଦଳା ଵ୍ଲକ କୁଣ୍ଡାଵାଇ ପଞ୍ଚାୟତ ଉପରତାଳଡିହା ଗ୍ରାମର ଗୁରୁଭା ସିଂ ଙ୍କ ଝିଅ ଅସ୍ମିତା ଓ ପୁଅ ଵିଷ୍ଣୁ ଜନ୍ମରୁ ଦିବ୍ୟାଙ୍ଗ ଥିଵା ଵେଳେ ସରକାରୀ ଯୋଜନା ସେମାନଙ୍କ ପାଇଁ ଅପହଞ୍ଚ ଥିଲା । ଦିବ୍ୟାଙ୍ଗ ପୁଅ ଝିଅ ଙ୍କ ପାଇଁ ଗୁରୁଭା ସରପଞ୍ଚଙ୍କ ଠାରୁ ଆରମ୍ଭ କରି ପ୍ରସାଶନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କାହାରି ଦୃଷ୍ଟିରେ ପଡି ନଥିଲା । ତେବେ ଏନେଇ ONAରେ ଖଵର ପ୍ରସାରଣ ହେଵାପରେ ଭାଇ ଭଉଣୀକୁ ସରକାରୀ ସହାୟତା ମିଳିଛି । ଆଜି ଵ୍ଲକ ପ୍ରସାଶନ ପକ୍ଷରୁ ଦିବ୍ୟାଙ୍ଗ ଅସ୍ମିତା ଓ ଵିଷ୍ଣୁଙ୍କୁ ୨ ମାସର ଭତ୍ତା ପ୍ରଦାନ କରାଯାଇଥିଵା ଵେଳେ ଅନ୍ୟାନ୍ୟ ସରକାରୀ ସହାୟତା ଖୁଵ୍ ଶିଘ୍ର ମିଳିବ ବୋଲି କୁଣ୍ଡାଵାଇ ପଞ୍ଚାୟତ ର କାର୍ଯ୍ୟ ନିର୍ଵାହି ଅଧିକାରୀ ଵିଶ୍ଵନାଥ ଶିଅଳ ପ୍ରକାଶ କରିଛନ୍ତି । ତେଵେ ଭତ୍ତା ପାଇବା ପରେ ପରିବାର ତଥା ଦୁଇ ଦିବ୍ୟାଙ୍ଗ ଭାଇ ଭଉଣୀଙ୍କ ମଧ୍ୟ ରେ ଖୁସିର ଲହରୀ ଖେଳିଯାଇଥିଲା । ଉପର ତାଳଡିହା ସରପଞ୍ଚ ରାନୀ ସିଁ ଗଣମାଧ୍ୟମ କୁ ଧନ୍ୟବାଦ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here