38.1 C
Bhubaneswar
Friday, April 26, 2024
Homeଅପରାଧଦିଲ୍ଲୀର ସେକ୍ସଟର୍ସନ ଗ୍ୟାଙ୍ଗ୍ ଗିରଫ

ଦିଲ୍ଲୀର ସେକ୍ସଟର୍ସନ ଗ୍ୟାଙ୍ଗ୍ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସର କ୍ରାଇମ୍ ବ୍ରାଞ୍ଚ୍ ‘ହନିଟ୍ରେପ୍‌’ ଜରିଆରେ ବିଜ୍‌ନେସ୍ ମ୍ୟାନ୍‌ଙ୍କ ଠାରୁ ୧କୋଟି ଟଙ୍କା ସଂଗ୍ରହ କରିଥିବା ଇଞ୍ଜିନିୟର ଏବଂ ତାଙ୍କ ମହିଳା ସହଅପରାଧିଙ୍କୁ ଗିରଫ କରିଛି । ପୁଲିସ୍‌ଙ୍କ କହିବା ଅନୁସାରେ, ଆରୋପୀ ଜଣକ ଦିଲ୍ଲୀର ଏକ ବଡ଼ ବିଜ୍‌ନେସ୍ ମ୍ୟାନ୍‌ଙ୍କ ସହ ଫେସ୍‌ବୁକ୍ ଏବଂ ଇନ୍‌ଷ୍ଟାଗ୍ରାମ୍ ଜରିଆରେ ତାଙ୍କର ଏକ ମହିଳା ସହିତ ଅଶ୍ଳୀଳ ଭିଡିଓକୁ ସୋସିଆଲ୍ ମିଡିଆରେ ଅପ୍‌ଲୋଡ୍ କରିବାର ଧମକ ଦେଇ ୧କୋଟି ଟଙ୍କା ହଡ଼ପ୍ କରିବାର ପ୍ରୟାସ କରୁଥିଲେ । ବ୍ୟାପାରୀ ବ୍ୟକ୍ତିଙ୍କଠାରୁ ସୂଚନା ମିଳିବା ପରେ ପୁଲିସ ଦୁଇ ଆରୋପୀଙ୍କୁ ଗୁରୁଗ୍ରାମରୁ ଗିରଫ କରିଛି । ସୂଚନା ଅନୁଯାୟୀ, ଏହି ଗ୍ୟାଙ୍ଗ୍‌ର ମୁଖ୍ୟ ଭାବେ ରାଜକିଶୋର ନମକ ବ୍ୟକ୍ତି ଏହି ଗ୍ୟାଙ୍ଗ୍‌କୁ ପରିଚାଳନା କରୁଥିଲା, ଯିଏକି ଏକ ବୃତ୍ତିରେ ଏକ ଇଞ୍ଜିନିୟର ଅଟନ୍ତି ।

ରାଜକିଶୋର ସିଂଙ୍କର ଗୁରୁଗ୍ରାମରେ ଏକ ସ୍ପା ମଧ୍ୟ ଅଛି । ଏଠାରେ ସର୍ଭିସ୍ ପାଇଁ ରଖିଥିବା ଝିଅମାନଙ୍କୁ ମଧ୍ୟ ‘ହନିଟ୍ରେପ୍‌’ ପାଇଁ ବ୍ୟବହାର କରୁଥିଲେ । ପୁଲିସ ଆରୋପୀର ସାଙ୍ଗ ଆରୟାନ୍ ଦିକ୍ଷିତ ଏବଂ ତାଙ୍କ ଗାଲ୍‌ଫ୍ରେଣ୍ଡ୍‌ଙ୍କୁ ମଧ୍ୟ ଗିରଫ କରିଛି । ଆରୟାନ୍ ନୋଏଡାରୁ ଏମ୍‌ବିଏ କରିଛନ୍ତି ଏବଂ ତାଙ୍କ ଗାଲ୍‌ଫ୍ରେଣ୍ଡ୍ ବୃତ୍ତିରେ ଏକ ଇଞ୍ଜିନିଅର ଅଟନ୍ତି । ପୁଲିସର ସୂଚନା ଅନୁସାରେ, ଏହି ଗ୍ୟାଙ୍ଗ୍‌ର ମହିଳା ସଦସ୍ୟ ଟିଣ୍ଡର ଆପ୍‌ରେ ଟାର୍ଗେଟ୍ ଖୋଜି ତାଙ୍କ ସହ ଚାଟିଂ ଏବଂ ବନ୍ଧୁତା କରନ୍ତି । ଏବଂ ତାଙ୍କ ଜାଲରେ ଫଶାଇବା ପରେ ସେ ଟାର୍ଗେଟ୍‌କୁ ତାଙ୍କ ପ୍ଲାନିଂ ଅନୁସାରେ ଏକ ସ୍ଥାନକୁ ଡକାଇଥାନ୍ତି ଏବଂ ଏକ ସ୍ପାଏ କ୍ୟାମେରା ଦ୍ୱାରା ଟାର୍ଗେଟ ବ୍ୟକ୍ତି ସହ ଅଶ୍ଳୀଳ ଭିଡିଓ କରିଥାନ୍ତି । ତା ପରେ କିଛି ଦିନ ପରେ ଆରମ୍ଭ ହୁଏ ତାଙ୍କର ‘ସେକ୍ସଟର୍ଶନ’ର ଖେଳ । ଏହି ଗ୍ୟାଙ୍ଗ ସେହି ଅଶ୍ଳୀଳ ଭିଡିଓକୁ ସୋସିଆଲ ମିଡିଆରେ ଅପ୍‌ଲୋଡ୍ କରିବାର ଧମକ୍ ଦେଇ ଟାର୍ଗେଟ ଠାରୁ ପଇସା ହଡ଼ପ୍ କରିଥାନ୍ତି । ଆରୋପୀଙ୍କ ଠାରୁ ପଚରାଉଚରା କରିବା ପରେ ପୁଲିସ୍‌କୁ ଏମିତି ଆହୁରି ଅନେକ ଲୋକଙ୍କ ବିଷୟରେ ଜଣାପଡ଼ିଛି ଯେଉଁ ମାନଙ୍କଠାରୁ ଏପରି ଭାବରେ ଟଙ୍କା ହଡ଼ପ୍ କରିଥିବା ଆରୋପୀ ସ୍ୱୀକାର କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking