20.1 C
Bhubaneswar
Thursday, January 16, 2025
Homeଦେଶ ବିଦେଶଦିଲ୍ଲୀ ଦଙ୍ଗା : ୨୦ ଗିରଫ, ତଦନ୍ତ କରିବ ଦିଲ୍ଲୀ କ୍ରାଇମ୍‌ବ୍ରାଞ୍ଚ୍‌, ଗୁଳି ଚଳାଇଥିବା ଦୁଇ...

ଦିଲ୍ଲୀ ଦଙ୍ଗା : ୨୦ ଗିରଫ, ତଦନ୍ତ କରିବ ଦିଲ୍ଲୀ କ୍ରାଇମ୍‌ବ୍ରାଞ୍ଚ୍‌, ଗୁଳି ଚଳାଇଥିବା ଦୁଇ ଅଭିଯୁକ୍ତ ପୁଲିସ ରିମାଣ୍ଡ୍‌ରେ

ନୂଆଦିଲ୍ଲୀ: ଶନିବାର ହନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ ଘଟିଥିବା ହିଂସାକାଣ୍ଡରେ ୨୦ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତଙ୍କୁ ପଚରା ଉଚରା ପରେ ଦିଲ୍ଲୀ ପୁଲିସ ଆଜି ରୋହିଣୀ କୋର୍ଟରେ ହାଜର କରିଥିଲା । ଏହା ମଧ୍ୟରୁ ଶୋଭଯାତ୍ରା ଉପରେ ଗୁଳି ଚଳାଇଥିବା ଦୁଇ ଅଭିଯୁକ୍ତ ଅନ୍‌ସାର ଓ ଅସଲମ୍‌ଙ୍କୁ କୋର୍ଟ ପୁଲିସ ରିମାଣ୍ଡ୍‌କୁ ଏବଂ ଅନ୍ୟ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ଏବେ ଦିଲ୍ଲୀ ପୁଲିସର କ୍ରାଇମ୍‌ବ୍ରାଞ୍ଚ୍ ମାମଲାର ତଦନ୍ତ କରିବ । ପୁଲିସ୍ ଅଭିଯୁକ୍ତଙ୍କ ବିରୋଧରେ ଷଡ଼ଯନ୍ତ୍ର ରଚିବା, ହତ୍ୟା ଉଦ୍ୟମ ପରି ମାମଲା ରୁଜୁ କରିଛି ।
ଅନ୍ୟପକ୍ଷରେ ତଦନ୍ତ ବେଳେ ଫାୟାରିଂ ହୋଇଥିବା ସ୍ଥାନରୁ ଗୁଳିର ଖୋକା ଜବତ କରାଯାଇଛି । ଦିଲ୍ଲୀ ପୁଲିସର ୧୦ଟି ଟିମ୍ ହିଂସାକାଣ୍ଡର ତଦନ୍ତ କରୁଛନ୍ତି । ଦିଲ୍ଲୀ ପୁଲିସର ଜଣେ ଅଧିକାରୀ କହିଛନ୍ତି, ଗୁଳି ଚଳାଇଥିବା ଅନ୍‌ସାର୍ ଓ ଅସଲମ ସମେତ ୨୦ ଜଣଙ୍କୁ ଗିରଫ କରାଯାଇଛି । ଏହା ମଧ୍ୟରେ ଦୁଇଜଣ ନାବାଳକ ମଧ୍ୟ ସାମିଲ । ଅଭିଯୁକ୍ତଙ୍କ ନିକଟରୁ ୩ ବନ୍ଧୁକ ଏବଂ ୫ ଖଣ୍ଡା ଜବତ ହୋଇଛି ।

ନର୍ଥ-ୱେଷ୍ଟ ଡିସିପି ଉଷା ରଙ୍ଗନାନୀ କହିଛନ୍ତି, ହିଂସାକାଣ୍ଡରେ ଜଣେ ସାଧାରଣ ବ୍ୟକ୍ତିଙ୍କ ସମେତ ଆଠ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି । ଜଣେ ସବ୍‌ଇନ୍ସପେକ୍ଟରଙ୍କ ଦେହରେ ଗୁଳି ବାଜିଛି ଏବଂ ସେ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହେଉଥିବା ଡିସିପି ସୂଚନା ଦେଇଛନ୍ତି । ଅଞ୍ଚଳରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିଲେ ମଧ୍ୟ ସମ୍ପୂର୍ଣ୍ଣ ନିୟନ୍ତଣରେ ରହିଛି ଏବଂ ଦିଲ୍ଲୀର ସମସ୍ତ ସମ୍ବେଦନଶୀଳ ଅଞ୍ଚଳରେ ହାଇ ଆଲର୍ଟ ଜାରି ହୋଇଥିବା ବେଳେ ବହୁ ସଂଖ୍ୟକ ପୁଲିସ୍ ମୁତୟନ ଅଛନ୍ତି ବୋଲି ସ୍ପେଶାଲ୍ ପୁଲିସ କମିଶନର ଦୀପେନ୍ଦ୍ର ପାଠକ କହିଛନ୍ତି । ସେ କହିଛନ୍ତି, ପୁଲିସ ଲଗାତାର ଲୋକଙ୍କ ସମ୍ପର୍କରେ ରହିଛି ଏବଂ ଶାନ୍ତି ବଜାୟ ରଖିବା ସହ ଗୁଜବ ଉପରେ ଧ୍ୟାନ ନଦେବାକୁ ଅନୁରୋଧ କରାଯାଉଛି । ପୁଲିସ ଟିମ୍‌କୁ ହିଂସାକାଣ୍ଡ ଘଟିଥିବା ଅଞ୍ଚଳର କେତେକ ଭିଡିଓ ଫୁଟେଜ୍ ମିଳିଛି । ଏଥିରୁ ହିଂସାକାଣ୍ଡରେ ଲିପ୍ତ କେତେକ ବ୍ୟକ୍ତିଙ୍କ ଚିହ୍ନଟ କରାଯାଇଛି ଏବଂ ଦୋଷୀଙ୍କୁ କଡ଼ା ଶାସ୍ତି ମିଳିବ ବୋଲି ସ୍ପେଶାଲ୍ ସିପି କହିଛନ୍ତି ।

ଅନ୍ୟପକ୍ଷରେ ଅଞ୍ଚଳରେ ଶାନ୍ତି ଓ ସୌହାର୍ଦ୍ଦ୍ୟ ବଜାୟ ରଖିବା ନିମନ୍ତେ ନର୍ଥ-ୱେଷ୍ଟ୍ ଡିସିପି ରବିବାର ଅପରାହ୍ଣରେ ଅଞ୍ଚଳର ଶାନ୍ତି କମିଟି ସହିତ ବୈଠକ କରିଛନ୍ତି । ବୈଠକ ଅବସରରେ ନିଜ ନିଜ ଅଞ୍ଚଳରେ ଶାନ୍ତି ଓ ସୌହାର୍ଦ୍ଦ୍ୟ ବଜାୟ ରଖିବା ନିମନ୍ତେ ଲୋକଙ୍କୁ ଅନୁରୋଧ କରିବା ନିମନ୍ତେ କମିଟିର ସଦସ୍ୟମାନଙ୍କୁ କୁହାଯାଇଛି । ଗୁଜବ ଓ ଭୂଲ ସୂଚନା ପ୍ରତି ଧ୍ୟାନ ନଦେବା, ଅସାମାଜିକ ତତ୍ତ୍ୱଙ୍କ ଗତିବିଧି ପ୍ରତି ସତର୍କ ରହିବା ଏବଂ କୌଣସି ସନ୍ଦିଗ୍ଧ ବସ୍ତୁ ଦେଖିଲେ ତୁରନ୍ତ ପୁଲିସକୁ ସୂଚନା ଦେବା ପାଇଁ ବୈଠକରେ ପୁଲିସ ପକ୍ଷରୁ ଅନୁରୋଧ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking