28.1 C
Bhubaneswar
Sunday, February 16, 2025
Homeଓଡିଶାବିଶାଲ ଦାସଙ୍କ ନାଁରେ ମାମଲା

ବିଶାଲ ଦାସଙ୍କ ନାଁରେ ମାମଲା

ନୂଆଦିଲ୍ଲୀ : ବିଶାଲ ଦାସଙ୍କ ନାଁରେ ମାମଲା ରୁଜୁ କରିଛି ଛତିଶଗଡ ପୁଲିସ । କେବଳ ବିଶାଲ ନୁହେଁ ତାଙ୍କ ସହେଯାଗୀଙ୍କ ନାଁରେ ମାମଲା ରୁଜୁ ହୋଇଛି । ମହାସମୁଦ ସରେଇକେଲା ଥାନାରେ ମାମଲା ରୁଜୁ ହୋଇଛି । ବିଏନଏସ ଧାରା ୩୩୧ / ୪, ୧୯୧/ ୨ ରେ ମାମଲା ରୁଜୁ ହୋଇଛି । ନବ ଦାସଙ୍କ ପୁଅ ବିଶାଲ ଦାସଙ୍କୁ ଅଟକ ରଖାଯାଇଛି । ଛତିଶଗଡ଼ ମହାସମୁଦ ଜିଲ୍ଲା ସରେଇପାଲି ଥାନାରେ ବିଶାଲ ଦାସ ଅଟକ ଅଛନ୍ତି । କିର୍ମିରା ବ୍ଳକର ସମିତି ସଭ୍ୟ ଏବଂ ସରପଞ୍ଚଙ୍କୁ ମଧ୍ୟ ଅଟକ ରଖାଯାଇଛି । ଏକ ଭିଡିଓ ମାଧ୍ୟମରେ ଏହା କହିଛନ୍ତି ଵିଶାଲ ଦାସ । ରାତି ୨ଟାରୁ ସମସ୍ତଙ୍କୁ ଅଟକ ରଖାଯାଇଥିବା ବିଶାଲ ସୂଚନା ଦେଇଛନ୍ତି। ଏନେଇ ସେ ରାଜ୍ୟ ସରକାର ଓ ଉତ୍ତରାଞ୍ଚଳ ଆଇ.ଜି.ଙ୍କୁ ଏଭଳି ଅଗଣତାନ୍ତ୍ରିକ କାର‌୍ୟ୍ୟ ନକରିବା ପାଇଁ ଓ ପୋଲିସର କାର‌୍ୟ୍ୟାନୁଷ୍ଠାନକୁ ବେଆଇନ ବୋଲି କହିବା ସହ ଏହାର ପ୍ରତିବାଦ କରିଛନ୍ତି ବିଶାଲ ଦାସ । ଆଜି ଝାରସୁଗୁଡ଼ା ଜିଲ୍ଲା କିରିମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ ଅଛି । ତା’ ପୂର୍ବରୁ ବିଶାଳ ଦାସଙ୍କୁ ଅଟକ ରଖିଛି ଛତିଶଗଡ଼ ପୁଲିସ । ପୁଲିସର କାର‌୍ୟ୍ୟାନୁଷ୍ଠାନକୁ ବେଆଇନ ବୋଲି କହିବା ସହ ଏହାର ପ୍ରତିବାଦ କରିଛନ୍ତି ବିଶାଲ ଦାସ । ତେବେ ତାଙ୍କୁ କାହିଁକି ଅଟକ ରଖାଯାଇଛି, ସରେଇପାଲି ଥାନା ପୋଲିସର ପ୍ରତିକ୍ରିୟା ମିଳିନି । ଏପଟେ ଘଟଣାକୁ ଡାର୍ଟି ପଲିଟିକ୍ସ କହିଛନ୍ତି ପୂର୍ବତନ ବିଧାୟିକା ଦିପାଳୀ ଦାସ । ଆଜି କିରୀମିରାରେ ବ୍ଲକ ଅଧ୍ୟକ୍ଷାଙ୍କ ଅନାସ୍ଥା ପ୍ରସ୍ତାବ ରହିଛି । ସେମାନେ ଆମକୁ କଲ କରିଥିଲେ । ମୋ ଭାଇ ବିଶାଳ ଦାସ ତାଙ୍କୁ ଭେଟିବାକୁ ଯାଇଥିଲେ । ହେଲେ ଛତିଶଗଡ଼ରେ ସମସ୍ତଙ୍କୁ ଅଟକ ରଖାଯାଇଛି । ସମିତି ସଭ୍ୟମାନେ ଭୋଟ ଦେଇ ନ ପାରିଲେ ପୋଲିସ ଦାୟୀ ରହିବ , ଭୋଟିଂକୁ ଡରି ଏପରି କରାଯାଇଥିବା ବୋଲି ଦିପାଳୀ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking