ଦିଲ୍ଳୀ : ଦିଲ୍ଲୀ ପୋଲିସ ଦିଲ୍ଳୀ ଏବଂ ଅନ୍ୟ ସ୍ଥାନରୁ ଏକ ହଜାରରୁ ଅଧିକ ଲକ୍ସୁରୀ ଗାଡି ଚୋରି କରିଥିବା ଅଭିଯୁକ୍ତ ଦୀପକ ରାଣାକୁ ଗିରଫ କରାଯାଇଛି । ଦିଲ୍ଳୀ ପୋଲିସ ସୂଚନାଅନୁସାରେ ଏହି ଅଭିଯୁକ୍ତ ଜଣକ ଏ ପର୍ଯ୍ୟନ୍ତ ଏକ ହଜାରରୁ ଅଧିକ ଲକ୍ସୁରୀ ଗାଡି ଚୋରିକରି ବିକ୍ରି କରିସାରିଛି । ପୋଲିସ ସୂଚନା ଅନୁସାରେ ଏହି କାର୍ ଚୋର ଜଣକ ବିଜ୍ଞାନରେ ଗ୍ରାଜୁଏସନ କରିସାରିଛି । ହେଲେ ବିଳାସପୂର୍ଣ୍ଣ ଜୀବନ ବଂଚିବା ପାଇଁ ଏଭଳି ଅପରାଧ ଦୁନିଆରେ ପାଦ ରଖିଥିଲା ଓ ପରେ ଅନେକ ରାଜ୍ୟର ପୁଲିସକ କନେକ୍ଟ ଲିଷ୍ଟରେ ସାମିଲ ହୋଇଥିଲା ।
ଦିଲ୍ଲୀ ପୋଲିସ ସୂଚନାଅନୁସାରେ ପଛରେ କିଛି ସମୟ ଧରି ଦିଲ୍ଳୀ ଏବଂ ଏନସିଆରରୁ ଏଭଳି ଲକ୍ସୁରୀ ଗାଡି ଚୋରି ବଢି ଯାଇଥିଲା ା ଅଧିକାଂଶ ମାମଲାରେ ଚୋରି ଗାଡି ମେରଠ ଅଭିମୁଖେ ଯାତ୍ରା କରୁଥିବା ସିସିଟିଭି କ୍ୟାମେରା ରେ କଏଦ ହୋଇଥିଲା । ଯେଉଁଥିପାଇଁ ପୋଲିସ ମେରଠରେ ଏକ ପୋଲିସ ଟିମ୍ ଲଗାଇ ବହୁତ ତଦନ୍ତ ପରେ ପୋଲିସ କାର ଚୋର ଦୀପକ ରଣାର ସନ୍ଧାନ ପାଇଥିଲା । ପୋଲିସ ଦୀପକ ରଣାକୁ ମେରଠରୁ ସିମଲା ପର୍ଯ୍ୟନ୍ତ ପିଛା କରିଥିଲା ଓ ଶେଷରେ ସିମଲାର ଏକ ହୋଟେଲ୍ରୁ ତାକୁ ଗିରଫ କରିଥିଲା ।
ଦିଲ୍ଳୀ ପୋଲିସର ସୂଚନାଅନୁସାରେ ଦୀପକ ରଣା ସପ୍ଟୱେର ଅପରେଟେଡ୍ ଏହି ଲକ୍ସୁରୀ କାରକୁ ଅତି କମରେ ୩ରୁ୪ ମିନିଟ୍ ରେ ଖୋଲି ନେଉଥିଲା । ଚୋରି କରୁଥିବା ଗାଡିକୁ ଦିଲ୍ଳୀରୁ ମେରଠ ପର୍ଯ୍ୟନ୍ତ ଯିବା କାମ ତା ସାଙ୍ଗ ମୋଟି କରୁଥିଲା ଓ ସେଠାରେ ସୋହେବ ମଲିକ ନାମକ ରିସିଭର୍କୁ ଏହି ଗାଡିଗୁଡିକୁ ବିକ୍ରି କରିଦିଆଯାଏ । ପୋଲିସ ଦୀପକ ରଣାର ଗିରଫକୁ ଏକ ବଡ ସଫଳତା ବୋଲି କହିଛି ।