20.1 C
Bhubaneswar
Wednesday, December 17, 2025
Homeଦେଶ ବିଦେଶଦିଲ୍ଲୀ ବିସ୍ଫୋରଣ: ଜମ୍ମୁ-କାଶ୍ମୀରର ୧୩ ସ୍ଥାନରେ ଚଢାଉ

ଦିଲ୍ଲୀ ବିସ୍ଫୋରଣ: ଜମ୍ମୁ-କାଶ୍ମୀରର ୧୩ ସ୍ଥାନରେ ଚଢାଉ

ଶ୍ରୀନଗର: ଦିଲ୍ଲୀ ବୋମା ବିସ୍ଫୋରଣ ମାମଲାର ତଦନ୍ତ ସହିତ ଜଡିତ ଜମ୍ମୁ ଓ କାଶ୍ମୀର ପୋଲିସର କାଉଣ୍ଟର ଇଣ୍ଟେଲିଜେନ୍ସ କାଶ୍ମୀର (ସିଆଇକେ) ଶାଖା ଗୁରୁବାର ଦିନ ଏହାର ପ୍ରାୟ ୧୩ଟି ସ୍ଥାନରେ ଏକକାଳୀନ ଚଢାଉ କରିଛି। ଏକ ବଡ଼ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କରିବା ପାଇଁ ସିଆଇକେ ଏବଂ ଅପରାଧ ତଦନ୍ତ ବିଭାଗ (ସିଆଇଡି) ମିଳିତ ଭାବରେ ଚଢାଉ କରୁଛନ୍ତି। ସୂଚନାରୁ ପ୍ରକାଶ, ବିସ୍ଫୋରଣ ଷଡ଼ଯନ୍ତ୍ର ଏବଂ ଜୈଶ-ଏ-ମହମ୍ମଦର ସମ୍ପୃକ୍ତି ସହିତ ଜଡିତ ସନ୍ଦିଗ୍ଧ ଲୋକଙ୍କୁ ଚିହ୍ନଟ କରିବା ପାଇଁ ଏହି ଅଭିଯାନର ଲକ୍ଷ୍ୟ ରଖାଯାଇଛି। ଏହି ଅଭିଯାନରେ ସାମିଲ ଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, “ବହୁତ ଦଳ କାର୍ଯ୍ୟରେ ଅଛନ୍ତି ଏବଂ ଉପତ୍ୟକାର ୧୩ଟି ସ୍ଥାନରେ ସନ୍ଧାନ ଚାଲିଛି। ଖୁବ୍ ଶୀଘ୍ର ଅଟକ ଏବଂ ଉଦ୍ଧାର କରାଯିବ।” ସୂଚନାଯୋଗ୍ୟ, ଦିଲ୍ଲୀ ଲାଲକିଲ୍ଲା ନିକଟରେ ଘଟିଥିବା ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି । ଏଲଏନଜିପି ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଆଉ ଜଣେ ପୀଡିତାଙ୍କ ମୃତ୍ୟୁ ଘଟିଛି । ଏହା ସହ ମୃତ୍ୟୁ ସଂଖ୍ୟା ୧୩ରେ ପହଞ୍ଚିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking