32.1 C
Bhubaneswar
Thursday, May 2, 2024
Homeଓଡିଶାଦେବାଶିଷଙ୍କୁ ଝୁରୁଛି ସତ୍ୟବାଦୀ, ଲୁହରେ ଭିଜୁଛି ଖଣ୍ଡାୟତ ସାହି

ଦେବାଶିଷଙ୍କୁ ଝୁରୁଛି ସତ୍ୟବାଦୀ, ଲୁହରେ ଭିଜୁଛି ଖଣ୍ଡାୟତ ସାହି

ଭୁବନେଶ୍ୱର: ଜନ୍ମମାଟିରେ ସହିଦ ଦେବାଶିଷ ବିଶ୍ୱାଳଙ୍କ ପାର୍ଥିବ ଶରୀର । ସତ୍ୟବାଦୀର ଖଣ୍ଡାୟତ  ସାହିରେ ପହଂଚିଲା ପାର୍ଥିବ ଶରୀର । ଗାଁରେ ହଜାର ହଜାର ଲୋକଙ୍କ ସହିଦଙ୍କୁ ଶେଷ ଦର୍ଶନ କରିଛନ୍ତି । ଗାଁ ଶ୍ମଶାନରେ ହେବ ସହିଦ ଦେବାଶିଷଙ୍କ ଶେଷକୃତ୍ୟ ।

ଆତଙ୍କୀଙ୍କ ଗୁଳି ବାରୁଦରେ ସେ ସହିଦ ହୋଇଥିବା ଖବର ଦେଇଥିଲେ ଉପରିସ୍ଥ ଅଫିସର । ଏବେ କାନ୍ଥରୁ ଲିଭିନଥିବା ଶୁଭ ପରିଣୟର ଚିତ୍ରକୁ ଦେଖି ବାହୁନି ବାହୁନି କାନ୍ଦୁଛନ୍ତି ପତ୍ନୀ । ବାପ ଛେଉଁଣ୍ଡ ପାଞ୍ଚ ମାସର ଛୁଆକୁ ଦେଖି ଆଖିରୁ ଲୁହ ଗଡାଉଛନ୍ତି ପରିବାର ଆତ୍ମୀୟ ସ୍ବଜନ । ଦେବାଶିଷ ଅମର ରହେ ସ୍ଲୋଗାନରେ ଫାଟି ପଡୁଛି ପୁରୀ ଜିଲ୍ଲା ଅଳଗୁମା ପଞ୍ଚୟତ ଖଣ୍ଡାୟତ ସାହି । ସମସ୍ତଙ୍କ ହୃଦୟରେ କୋହ । ହେଲେ ବି ନିଜକୁ ସହିଦଙ୍କ ପାଇଁ ଗୌରାବନ୍ବିତ ମନେକରିଛନ୍ତି ।

ସେପଟେ ସୁନା ପୁଅକୁ ହରାଇ ସ୍ତବ୍ଧ ଜାଗେଶ୍ବରୀ ବିଦ୍ୟାପୀଠ । କୋହଭରା କଣ୍ଠରେ ଦେବାଶିଷ ପଢିଥିବା ସମୟକୁ ମନେ ପକାଇଛନ୍ତି ଶିକ୍ଷକ, ଶିକ୍ଷୟତ୍ରୀ ଓ ସାଙ୍ଗସାଥୀ । ସେ ବେଶ ପରୋପକାରୀ, ସାହାଯ୍ୟକାରୀ ଛାତ୍ର ଥିବା କହିଛନ୍ତି ଶିକ୍ଷୟତ୍ରୀ । ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଦେବାଶିଷଙ୍କ ଅନ୍ତିମ ସଂସ୍କାର ଗାଁ ମଶାଣୀରେ କରାଯିବ । ନିଜର ଅତି ପ୍ରିୟ ଦେବାଶିଷଙ୍କୁ ଅନ୍ତିମ ବିଦ୍ୟାୟ ଦେବାକୁ ଶ୍ମାଶାନକୁ ପରିଷ୍କାର କରିବାରେ ଲାଗି ପଡିଛନ୍ତି ଗାଁ ଯୁବକ ।

ସୁଦାନରେ ଗଲାଣି ୪୦୦ରୁ ଅଧିକ ଜୀବନ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking