କୁକୁର କାମୁଡାରେ ହରିଣ ମୃତ

ପର୍ଜଙ୍ଗ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ମହୁଲି ନିକଟରେ ଗୋଟିଏ ହରିଣକୁ ସଂଘବଧ ଭାବେ କୁକୁର ଆକ୍ରମଣ କରିବାରୁ ହରିଣଟିର ମୃତ୍ୟୁ ଘଟିଛି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଶ୍ଚିମାଂଚଳ ରେଞ୍ଜ ନୁଆ ମହୁଲି ଠାରେ ୮ ରୁ ୧୦ କୁକୁର ସଂଘବଧ ଭାବରେ ଆକ୍ରମଣ କରିଥିବା ଜଣାପଡିଛି ।
ମିଳିଥିବା ସୁଚନା ମୁତାବକ, ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ପାଣି ଅନ୍ୱେଷଣରେ ରହିଣ ପଲ ଗାଁ ମୁହାଁ ହେଉଥିବା ଦେଖିବାକୁ ମିଳୁଛି । ତେବେ ଆଜି ମଧ୍ୟ ପ୍ରତିଦିନ ଭଳି ହରିଣ ପଲ ଗ୍ରାମ ମୁହାଁ ହେଉଥିବା ବେଳେ ହରିଣଟି କୁକୁର ପଲ ହାବୁଡରେ ପଡିଯାଇଥିଲା । ଫଳରେ ଗୁରୁତର ଅବସ୍ଥାରେ ବନବିଭାଗ ତରଫରୁ ଉଦ୍ଧାର କରି ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟକୁ ନେଇଥିଲେ । କିନ୍ତୁ ସେଠାରେ ହରିଣଟିର ମୃତ୍ୟୁ ହୋଇଥିଲା । ମୃତ ହରିଣଟିର ଆନୁମାନିକ ବୟସ ୮ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ତେବେ ଏହି ଅଚଂଳରେ ବନ୍ୟପ୍ରାଣୀଙ୍କ ପ୍ରତି ହେଉଥିବା ଆକ୍ରମଣ ବିଭିନ୍ନ ଗଣମାଧ୍ୟମର କେନ୍ଦ୍ର ବିନ୍ଦୁ ପାଲଟିବାରେ ଲାଗୁଛି । ବନ୍ୟପ୍ରାଣୀଙ୍କ ସୁରକ୍ଷା ନେଇ ବନବିଭାଗ ତତ୍ପର ହେବା ପାଇଁ ସାଧାରଣ ଲୋକ ଦାବୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here