29.1 C
Bhubaneswar
Thursday, May 2, 2024
Homeକରୋନାବ୍ରିଟେନରୁ ଭାରତରେ ପହଂଚିଲା ୧୦୦ ଭେଣ୍ଟିଲେଟର ଓ ୯୫ ଅକ୍ସିଜେନ କନସେନଟ୍ରେଟର

ବ୍ରିଟେନରୁ ଭାରତରେ ପହଂଚିଲା ୧୦୦ ଭେଣ୍ଟିଲେଟର ଓ ୯୫ ଅକ୍ସିଜେନ କନସେନଟ୍ରେଟର

ନୂଆଦିଲ୍ଲୀ: ମହାମାରୀ କରୋନାର ବିନାଶକାରୀ ଦ୍ୱିତୀୟ ଲହରରୁ ରକ୍ଷା ପାଇବା ପାଇଁ ବ୍ରିଟେନରୁ ଆସିଥିବା ଭେଣ୍ଟିଲେଟର ଓ ଅକ୍ସିଜେନ କଂସଟ୍ରେଟରର ପ୍ରଥମ ଭାଗ ଆଜି ଭାରତରେ ପହଂଚିଛି । ସୋମବାର ସନ୍ଧ୍ୟାରେ ଏହା ବାହାରିଥିଲା । ବ୍ରିଟେନ ସରକାର କହିଛନ୍ତି ଯେ, ବିଦେଶୀ ରାଷ୍ଟ୍ରମଣ୍ଡଳ ଓ ବିକାଶ କାର୍ଯ୍ୟାଳୟ ଦ୍ୱାରା ପ୍ରଦାନ କରାଯାଇଥିବା ଆଗାମୀ ଭାଗ ଚଳିତ ସପ୍ତାହ ମଧ୍ୟରେ ପହଂଚିବ । ଏଥିରେ ୯ ଏୟାରଲାଇନ କଣ୍ଟେନର ଲୋଡ ସାମିଲ ରହିବ ।
ଏଥିରେ ୪୯୫ ଅକ୍ସିଜେନ କନଷ୍ଟ୍ରେଟର, ୧୨୦ ନନ ଇଭେନଜିଭ ଭେଣ୍ଟିଲେଟର ଓ ୨୦ ମାନୁଆଲ ବେଣ୍ଟିଲେଟର ସାମିଲ ରହିଛି । ଅଧିକାରୀ କହିଛନ୍ତି ଯେ, ବର୍ତମାନ ଆବାଶ୍ୟକୀୟ ସାମଗ୍ରୀର ଦୃତ ଯୋଗାଣ ଉପରେ ଧ୍ୟାନ ଦିଆଯାଉଛି ।
ସପ୍ତାହାନ୍ତରେ ଏଫସିଡିଓ ଘୋଷଣା କରିଥିଲା ଯେ, ଭାରତ ସରକାରୀଙ୍କ ସହିତ ଚର୍ଚ୍ଚା ପରେ କୋଭିଡ ୧୯ ବିରୋଧରେ ଭାରତର ଲଢେଇରେ ସହଯୋଗ କରିବା ପାଇଁ ୬୦୦ରୁ ଅଧିକ ମହତ୍ୱପୂର୍ଣ୍ଣ ଚିକିତ୍ସା ଉପକରଣ ଭାରତକୁ ପଠାଯିବ ।
ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ କହିଛନ୍ତି, ଏହି ମହାମାରୀରୁ ଜୀବନକୁ ରକ୍ଷା କରିବା ପାଇଁ ହଜାର ହଜାର ଅକ୍ସିଜେନ କନଷ୍ଟ୍ରେଟର ଓ ଭେଣ୍ଟିଲେଟର ସହିତ ମହତ୍ୱପୂର୍ଣ୍ଣ ଚିକିତ୍ସା ଉପକରଣ ଏବେ ଭାରତରେ ପହଂଚିବା ପାଇଁ ରାସ୍ତାରେ ଅଛି । ସେ କହିଛନ୍ତି, ବ୍ରିଟେନ ଭାରତ ସହିତ ଜଣେ ମିତ୍ର ଓ ସାଥୀ ଭାବରେ ଏହି କଠିନ ପରିସ୍ଥିତିରେ ଭାରତ ସହ ଅଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking