31.1 C
Bhubaneswar
Friday, March 29, 2024
Homeକରୋନାନିର୍ବାଚନ ପ୍ରଚାରର ଶେଷ ଦିନରେ ଏମିତି କହିଲେ ମମତା

ନିର୍ବାଚନ ପ୍ରଚାରର ଶେଷ ଦିନରେ ଏମିତି କହିଲେ ମମତା

କୋଲକାତା: ବଙ୍ଗଳାରେ ବିଧାନସଭା ନିର୍ବାଚନ ପ୍ରଚାର ହଇଚଇ ଏବେ ନିଶବ୍ଦ ହୋଇପଡିଛି । ରାଜ୍ୟରେ ୮ମ ପର୍ଯ୍ୟାୟ ନିର୍ବାଚନ ୨୯ ଏପ୍ରିଲରେ ହେବ । ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ବିଜୟ ନେଇ କହିଛନ୍ତି ତାଙ୍କ ଦଳର ସରକାର ପୁଣି ଥରେ ହେବ ଏବଂ ବିଶ୍ୱାସଘାତକଙ୍କୁ ସେଥିରେ ସ୍ଥାନ ମିଳିବନି । ନିର୍ବାଚନ କମିଶନଙ୍କୁ ସେ ଟାର୍ଗେଟ କରି କହିଥିଲେ, ପଶ୍ଚିମବଙ୍ଗରେ ୮ଟି ପର୍ଯ୍ୟାୟରେ ମତଦାନ କରି ଲୋକଙ୍କୁ କରୋନା ବଳିରେ ଚଢାଯାଉଛି । ଯଦି ଲମ୍ବା ପର୍ଯ୍ୟାୟ କରାଯାଇନଥାନ୍ତା, ତେବେ କରୋନା ମହାମାରୀ ଏତେମାତ୍ରାରେ ବ୍ୟାପିନଥାନ୍ତା । ସେ ଆହୁରି ମଧ୍ୟ କହିଥିଲେ, କମିଶନ ଗୋଟିଏ ଦଳର ଫାଇଦା ପାଇଁ ଏମିତି କରିଛନ୍ତି ।
ମୁଖ୍ୟମନ୍ତ୍ରୀ ତୃଣମୂଳ କଂଗ୍ରେସ ଛାଡି ଭାଜପାେରେ ସାମିଲ ହୋଇଥିବା ନେତାଙ୍କୁ ଟାର୍ଗେଟ କରି କହିଥିଲେ ଏମିତି ବିଶ୍ୱାସଘାତଙ୍କୁ ସେ କେବେ ବି କ୍ଷମା କରିବେନି । ରାଜ୍ୟରେ ତୃଣମୂଳ ସରକାର ଆସିବା ପରେ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ବିଚାର କରାଯିବ । ବକୌଲ ସୁଶ୍ରୀ ବାନାର୍ଜୀ ଭଳି ବିଶ୍ୱାସ ଘାକତଙ୍କୁ କ୍ଷମା ନାହିଁ , ଯିଏ ରାଜ୍ୟର ଜନତାଙ୍କ ସହ ବିଶ୍ୱାସଘାତକତା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking