32.1 C
Bhubaneswar
Sunday, April 28, 2024
Homeଓଡିଶାଗଳିତ ଶବ ଉଦ୍ଧାର, ହତ୍ୟା ସନ୍ଦେହ

ଗଳିତ ଶବ ଉଦ୍ଧାର, ହତ୍ୟା ସନ୍ଦେହ

କେସିଙ୍ଗା : କଳାହାଣ୍ଡି ଜିଲ୍ଲା କେସିଙ୍ଗା ମଶାଣିମୁଣ୍ଡା ମଦଭାଟି ନିକଟରୁ ଆଜି ଜଣେ ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି । ମୃତ ବ୍ୟକ୍ତି ଜଣକ ହେଲେ କେସିଙ୍ଗା ସହରର ଭୂଷଣ ପ୍ରସାଦ କଶ୍ୟପ (୫୭) । ଭୂଷଣ ଗତ ୧୨ ତାରିଖରୁ ନିଖୋଜ ଥିଲେ ବୋଲି ତାଙ୍କ ପରିବାର ଲୋକେ ସ୍ଥାନୀୟ ଥାନାରେ ଏକ ଏତଲା ଦିଆଯାଇଥିଲା । ଆଜି ତାଙ୍କ ମୃତଦେହ ମିଳିବା ପରେ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି । ସନ୍ଦେହରେ କେସିଙ୍ଗା ପୁଲିସ ଭୂଷଣ କଶ୍ୟପଙ୍କ ବଡ଼ ଭାଇ ଓ ୨ ପୁତୁରାଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା କରୁଥିବା ଜଣାପଡିଛି ।

ସୂଚନାରୁ ପ୍ରକାଶ ଯେ, ଗତ ୧୨ ତାରିଖ ସନ୍ଧ୍ୟାରେ ପ୍ରତିଦିନ ଭଳି ଭୂଷଣ ପ୍ରସାଦ ସନ୍ଧ୍ୟା ଭ୍ରମଣରେ ବାହାରିଥିଲେ, ହେଲେ ସେ ରାତିରେ ଆଉ ଘରକୁ ଫେରିନଥିଲେ । ଉକ୍ତ ଦିନ କେସିଙ୍ଗା ପୁଲିସ ପାଟ୍ରୋଲିଂ କରୁଥିବା ସମୟରେ ମଶାଣୀମୁଣ୍ଡା ଦେଶୀ ମଦଭାଟି ନିକଟରୁ ଏକ ମୋଟର ସାଇକେଲକୁ ବିଳମ୍ବିତ ରାତିରେ ଉଦ୍ଧାର କରିଥିଲେ । ୧୩ ତାରିଖ ସକାଳେ ପରିବାର ଲୋକେ ଶ୍ରୀ କଶ୍ୟପ ନିଖୋଜ ଥିବା ଥାନାରେ ଜଣାଇଥିଲେ । କିନ୍ତୁ ଲଗାଣବର୍ଷା ହେଉଥିବାରୁ ମଦଭାଟି ନିକଟ ନାଳରେ ମୃତଦେହକୁ କୌଣସି ଲୋକ ଦେଖିପାରିନଥିଲେ ।

କିନ୍ତୁ ଆଜି ବର୍ଷା ଛାଡିଯିବାରୁ ଉକ୍ତ ନାଳରୁ ଦୁର୍ଗନ୍ଧ ହେବାରୁ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ । ଫଳରେ କେସିଙ୍ଗା ପୁଲିସ ଏସଡିପିଓ ଅଭିନବ ସୋନକର, ଆଇଆଇସି ସତ୍ୟକୁମାର ନନ୍ଦ ଅତିରିକ୍ତ ଆଇଆଇସି ମମତା ହେମ୍ବ୍ରମ ଓ ଅନ୍ୟ ପୁଲିସ କର୍ମଚାରୀ ପହଞ୍ଚି ଗଳିତ ଶବ ଜବତ କରିବା ସହ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଏ ନେଇ ଏକ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking