36.1 C
Bhubaneswar
Thursday, April 16, 2026
Homeଓଡିଶାଜେଲରେ ବିଚାରଧିନ କଏଦୀଙ୍କ ମୃତ୍ୟୁ

ଜେଲରେ ବିଚାରଧିନ କଏଦୀଙ୍କ ମୃତ୍ୟୁ

କନ୍ଧମାଳ: କନ୍ଧମାଳ ଜିଲା ଫୁଲବାଣୀ ସର୍କଲ ଜେଲରେ ଥିବା ଜଣେ ବିଚାରଧିନ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା । ମୃତ ଯୁବକ ହେଲେ ପେଂଜି ସାହିର ହେରନ ନାୟକ ।ତେବେ ଏହି ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ପରିବାର ଲୋକେ । ଫୁଲବାଣୀ ଆଦର୍ଶ ଥାନା ପୋଲିସ ନାଁରେ ଅଭିଯୋଗ ଆଣିଛନ୍ତି ପରିବାର ଲୋକେମିଳିଥିବା ସୁଚନା ଅନୁସାରେ ଚୋରି ଅଭିଯୋଗରେ ଆଦର୍ଶ ଥାନା ପୋଲିସ ହେରନଙ୍କ ସମେତ ଅନ୍ୟ ଜଣେ ନାବାଳକଙ୍କୁ ଗତ ୧୩ ତାରିଖରେ ଘରୁ ଉଠାଇ ଆଣିଥିଲା । ଏହାପରେ ୧୪ ତାରିଖ ଦିନ ହେରନଙ୍କୁ କୋର୍ଟ ଚାଲାଣ କରିଥିଲା । ହେଲେ ସେଠାରେ ବେଲ୍ ନମିଳିବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲା । ବୁଧବାର ସକାଳେ ହେରନଙ୍କ ଦେହ ଖରାପ ହେବାରୁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସାଧିନ ଅବସ୍ଥାରେ ପୂର୍ବାହ୍ନ ୧୦ଟାରେ ମୃତ୍ୟୁ ହୋଇଥିଲା । ପରିବାର ଲୋକେ ଖବର ପାଇ ମେଡିକାଲରେ ପହଁଚିବା ପରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା । ପୋଲିସ ମାରପିଟ କରିବା ଯୋଗୁ ପୁଅର ମୃତ୍ଯୁ ହୋଇଛି ବୋଲି ପରିବାର ଲୋକେ ଅଭିଯୋଗ କରିବା ସହ ଏସପିଙ୍କ କାର୍ଯ୍ୟାଳୟ ପାଖରେ ରୁଣ୍ଡ ହୋଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking