33.1 C
Bhubaneswar
Friday, July 10, 2026
Homeଓଡିଶାଥାଟରାଜାଙ୍କ ଦେହାନ୍ତ

ଥାଟରାଜାଙ୍କ ଦେହାନ୍ତ

ଭୁବନେଶ୍ୱର: ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ସାନଭାଇ “ଥାଟରାଜା” ରଣାର୍ଣ୍ଣବ ଦେବଙ୍କ ଦେହାନ୍ତ। ରଣାର୍ଣ୍ଣବ ଅସୁସ୍ଥତା ଯୋଗୁ ୬୭ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି। ସେ ପୁରୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ ଏବଂ ରବିବାର ରାତିରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ପରମ୍ପରା ଅନୁଯାୟୀ ରାଜକୀୟ ସମ୍ମାନ ସହିତ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ। ଥାଟରାଜାଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସୋସିଆଲ ମିଡିଆ ଏକ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହିତ ଏହି ଦୁଃଖଦ ସମୟରେ ସେମାନଙ୍କୁ ପ୍ରଭୁ ଶ୍ରୀଜଗନ୍ନାଥ ଧର୍ଯ୍ୟ ଦେବା ପାଇଁ ପ୍ରାର୍ଥନା କରିଛନ୍ତି। ସେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ସ୍ୱର୍ଗତଃ ଆତ୍ମାଙ୍କର ଶାନ୍ତି କାମନା କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking