27.1 C
Bhubaneswar
Wednesday, June 26, 2024
Homeଓଡିଶାହିନ୍ଦୋଳରେ ପୋଲିଂ ଏଜେଣ୍ଟଙ୍କ ମୃତ୍ୟୁ

ହିନ୍ଦୋଳରେ ପୋଲିଂ ଏଜେଣ୍ଟଙ୍କ ମୃତ୍ୟୁ

ଢେଙ୍କାନାଳ : ଢେଙ୍କାନାଳରେ ଡ୍ୟୁଟି ବେଳେ ପୋଲିଂ ଏଜେଣ୍ଟଙ୍କ ମୃତ୍ୟୁ । ହିନ୍ଦୋଳ ବାହାଲୁଣ୍ଡା ବୁଥ୍ ନମ୍ବର ୧୩୬ରେ ଘଟିଛି ଅଭାବନୀୟ ଘଟଣା । ଏହି ବୁଥ୍ରେ ଜଣେ ପୋଲିଂ ଏଜଣ୍ଟଙ୍କ ମୃତ୍ୟୁ ଘଟିଛି । ହିନ୍ଦୋଳରେ ମେଡିକାଲରେ ତାଙ୍କୁ ମୃତ ଘୋଷଣା କଲେ ଡାକ୍ତର । ମୃତକଙ୍କ ନାମ ସୁକଦେବ ପଟ୍ଟନାୟକ । ତାଙ୍କର ଘର ନିକଟସ୍ଥ ବାହାଲୁଣ୍ଡା ଗାଁରେ । ତେବେ ଆଜି ସକାଳେ ୯.୩୦ ସମୟରେ ସେ ପୋଲିଂ ବୁଥ୍ ରେ କାର୍ଯ୍ୟରତ ସମୟରେ ହଠାତ୍ ତାଙ୍କୁ ଅସୁସ୍ଥ ଅନୁଭବ ହୋଇଥିଲା । ଏବଂ ସେ ଘଟଣା ସ୍ଥଳରେ ଅଚେତ ହୋଇଯାଇଥିଲେ । ତେବେ ସଙ୍ଗେ ସଙ୍ଗେ ତାଙ୍କୁ ୧୦୮ ଯୋଗେ ହିନ୍ଦୋଳରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କେଉଁ କାରଣ ଯୋଗୁଁ ମୃତ୍ୟୁ ହୋଇଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ତେବେ ପ୍ରାଥମିକ ସ୍ତରେରେ ଡାକ୍ତରଙ୍କ କହିବା ଅନୁଯାୟୀ, ଅଧିକ ଗରମ ଯୋଗୁଁ ଏମିତି ହୋଇଥାଇ ପାରେ ଏବଂ ସନଷ୍ଟୋକ ଯୋଗୁ ତାଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking