36.1 C
Bhubaneswar
Monday, June 17, 2024
Homeଓଡିଶାଆଜି ଆସିବେ ସ୍ମୃତି ଇରାନୀ

ଆଜି ଆସିବେ ସ୍ମୃତି ଇରାନୀ

ଭୁବନେଶ୍ୱର: ନିର୍ବାଚନୀ ପ୍ରଚାର ନିମନ୍ତେ  ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ। ରାଜ୍ୟର ୩ଟି ସ୍ଥାନରେ ବିଜେପିର ନିର୍ବାଚନୀ ସଭାରେ ଯୋଗଦେବେ ସ୍ମୃତି ଇରାନୀ । କୁଜଙ୍ଗ, ଆଳି ଓ ରେମୁଣାରେ ତିନିଟି ଜନସଭା କରିବେ ସ୍ମୃତି।ପାରାଦୀପର କୁଜଙ୍ଗଠାରେ ପ୍ରଥମ ସଭାରେ ଯୋଗ ଦେବେ ସ୍ମୃତି ଇରାନୀ। ଏହାପରେ ଆସିବେ କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ରର ଆଳି। ପରେ ରେମୁଣାରେ ନିର୍ବାଚନୀ ସଭାରେ ଯୋଗଦେବେ। ବିଜେପିର ସୁଭଦ୍ରା ଯୋଜନାର ଲକ୍ଷ୍ୟକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରୟାସ କରିବେ କେନ୍ଦ୍ରମନ୍ତ୍ରୀ। ସୁଭଦ୍ରା ଯୋଜନାରେ ମା’ମାନଙ୍କୁ ୫୦ ହଜାର ଟଙ୍କାର ଭାଉଚର ଦିଆଯିବ। ଏହାର ପ୍ରଚାର ପ୍ରସାର ପାଇଁ ଆଜି ସ୍ମୃତି ଇରାନି ଓଡ଼ିଶା ଆସୁଛନ୍ତି। ସ୍ମୃତିଙ୍କ ଗସ୍ତ ରାଜ୍ୟ ବିଜେପିକୁ ଅଧିକ ସଶକ୍ତ କରିବ ବୋଲି ଦଳ ଆଶା ରଖିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking