20.1 C
Bhubaneswar
Monday, December 23, 2024
Homeଓଡିଶାବିଚାରଧୀନ କଏଦୀର ମୃତ୍ୟୁ, ମୃତଦେହ ନେଲେନି ପରିବାର

ବିଚାରଧୀନ କଏଦୀର ମୃତ୍ୟୁ, ମୃତଦେହ ନେଲେନି ପରିବାର

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା କାରାଗାରରେ ଗତକାଲି ଜଣେ ବିଚାରଧୀନ କଏଦୀର ମୃତ୍ୟୁ ଘଟିଛି । ମୃତକ ହେଉଛନ୍ତି ସିନ୍ଧେକେଲା ଥାନା ଅନ୍ତର୍ଗତ ଘରାଲା ଗ୍ରାମର ବ୍ୟକ୍ତି ଶୁଭ ଝାଙ୍କର । ନାବାଳିକାକୁ ନିର୍ଯାତନା ଓ ଦୁଷ୍କର୍ମ ମାମଲାରେ ୨୦୧୮ ମସିହାରୁ ସେ ଜିଲ୍ଲା କାରାଗାରରେ ବିଚାରଧୀନ କଏଦୀ ଭାବରେ ଥିଲେ । ହଠାତ୍ ସେ ଜେଲରେ ଅସୁସ୍ଥ ହୋଇଯିବା ପରେ ତାଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ବୁଧବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏ ସମ୍ପର୍କରେ ତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲେ ମଧ୍ୟ ସେମାନେ ଶୁଭ ଝାଙ୍କରଙ୍କ ମୃତଦେହ ନେବାକୁ ମନା କରିଦେଇଥିଲେ । ହେଲେ ଏନେଇ ଖବର ପାଇବା ପରେ ବଲାଙ୍ଗୀରର ସ୍ୱେଚ୍ଛାସେବୀ ସଂଗଠନ ବିଙ୍ଗ୍ ହ୍ୟୁମାନର କର୍ମକର୍ତ୍ତା ମାନେ ଆଗେଇ ଆସିଥିଲେ ଏବଂ ବଲାଙ୍ଗୀର ବିଭୂତିପଦାରେ ମୃତଦେହ ସତ୍କାର କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking