31.1 C
Bhubaneswar
Sunday, May 19, 2024
Homeଓଡିଶାଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା : ୩୬ପାଳିଆ ସେବାୟତଙ୍କ ଦ୍ୱାରା ହେବ ନୀତିକାନ୍ତି ସମାପନ

ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା : ୩୬ପାଳିଆ ସେବାୟତଙ୍କ ଦ୍ୱାରା ହେବ ନୀତିକାନ୍ତି ସମାପନ

ଭୁବନେଶ୍ୱର: ଦୁଇ ଦିନ ପରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ଏକାମ୍ର କ୍ଷେତ୍ରରେ ଅନୁଷ୍ଠିତ ହେବାକୁ ବହୁ ପ୍ରତୀକ୍ଷିତ ଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର କରି ଦିଆଯାଇଛି । ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ପାଇଁ ସେବାୟତମାନଙ୍କୁ ପ୍ରସ୍ତୁତି ବୈଠକ । ଶୃଙ୍ଖଳିତ ରଥଯାତ୍ରା ପାଇଁ ବୈଠକର ଆଲୋଚନା ହୋଇଛି । କିଭଳି ହେବ ଶୃଙ୍ଖଳିତ ପାଳି ରଥ ନୀତି କାନ୍ତି ଏ ନେଇ ହୋଇଛି ଆଲୋଚନା । ବୈଠକରେ ବଡୁ ନିଯୋଗ, ବ୍ରାହ୍ମଣ ନିଯୋଗ, ପୂଜା ପଣ୍ଡା ନିଯୋଗ, ସମର୍ଥା ନିଯୋଗ କ୍ଷେତ୍ରବାସୀ ସେବାୟତ । ୩୬ପାଳିଆ ସେବାୟତଙ୍କ ଦ୍ୱାରା ରୁକୁଣା ରଥର ନୀତିକାନ୍ତି ସମାପନ ହେବାର ବିଧି ରହିଛି । ଅନ୍ୟପଟରେ ବ୍ରାହ୍ମଣ ନିଯୋଗ ଓ ପୂଜା ପଣ୍ଡା ନିଯୋଗ ଓ ସମର୍ଥା ନିଯୋଗ ବୈଠକରେ ଯୋଗ ଦେଇନାହାନ୍ତି । କେମିତି ହେବ ରୁକୁଣା ରଥଯାତ୍ରା ତାକୁ ନେଇ ଉଠିଛି ପ୍ରଶ୍ନ?

ସୂଚନାଯୋଗ୍ୟ, ଆସନ୍ତା ୯ତାରିଖରେ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥାଯାତ୍ରା । ଏଥିପାଇଁ ଆଜି ସ୍ଥାନୀୟ ମା’ କଲ୍ୟାଣ ମଣ୍ଡପରେ ପୋଲିସ କମିଶନରଙ୍କ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପୋଲିସ କମିଶନର ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ଯାତ୍ରାର ସୁରକ୍ଷା ଦିଗ ସମ୍ପର୍କରେ ଆଲୋଚନା କରିଥିଲେ । ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ରଥ ପ୍ରତିଷ୍ଠା ଦିନ ଠାରୁ ବାହୁଡ଼ାଯାତ୍ରା ପର୍ଯ୍ୟନ୍ତ ବିଭିନ୍ନ ସୁରକ୍ଷା ବ୍ୟବସ୍ଥା ଓ ଆଇନ ଶୃଙ୍ଖଳା ସଂପର୍କରେ ଆଲୋଚନା ହୋଇଥିଲା । ରଥ ପ୍ରତିଷ୍ଠା ଦିନ ୮ତାରିଖରୁ ପୋଲିସ ରଥକୁ ସୁରକ୍ଷା ଯୋଗାଇବ । ମହାପ୍ରଭୁ ମନ୍ଦିରକୁ ପ୍ରବେଶ ପର୍ଯ୍ୟନ୍ତ ସ୍ୱର୍ଣ୍ଣାଦ୍ରି ବିଜେ ପର୍ଯ୍ୟନ୍ତ ପୋଲିସ ରଥ ଯାତ୍ରାରେ ଅଧିକ ସୁରକ୍ଷା ବ୍ୟବସ୍ଥା କରିବ । ରଥ ପ୍ରତିଷ୍ଠା ଦିନ କେଦାରଗୌରୀ ମରିଚି କୁଣ୍ଡଠାରେ, ମହାଖଳାରେ ରାମେଶ୍ୱର ମନ୍ଦିରଠାରେ ପୋଲିସ ଫୋର୍ସ ରହି ଯାତ୍ରାରେ ଆଇନ ଶୃଙ୍ଖଳା ଉପରେ ନଜର ରଖାଯିବ ବୋଲି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking