ଭୁବନେଶ୍ୱର: ପାଣି ନିଷ୍କାସନ ବେଳେ କରେଣ୍ଟ ଲାଗି ଅଗ୍ନିଶମ କର୍ମଚାରୀଙ୍କ ମୃତ୍ୟୁ । କେନ୍ଦୁଝର ଟାଉନ ଥାନା ଗାର୍ଲସ ହାଇସ୍କୁଲ ସାମ୍ନା ଘରୁ ପାଣି ନିଷ୍କାସନ କଲାବେଳେ ଅଗ୍ନିଶମ କର୍ମଚାରୀ ଚନ୍ଦନ ପଟ୍ଟନାୟକଙ୍କ ମୃତ୍ୟୁ ହୋଇଛି । ଏହି ଦୁଃଖଦ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦୁଃଖପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଶ୍ରୀଜଗନ୍ନାଥଙ୍କ ନିକଟରେ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଛନ୍ତି । ସୂଚନା ଥାଉକି, ରାଜ୍ୟରେ କିଛି ଦିନ ଧରି ଲଗାଣ ବର୍ଷା ଜାରି ରହିଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାତାୟତରେ ବାଧାପ୍ରାପ୍ତ ଉପୁଜିବା ସହ ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ଦେଖାଦେଇଛି ।










