30 C
Bhubaneswar
Wednesday, July 29, 2026
Homeଦେଶ ବିଦେଶଲୋକସଭାରେ ରାହୁଲଙ୍କ ମନ୍ତବ୍ୟରୁ ହଙ୍ଗାମା

ଲୋକସଭାରେ ରାହୁଲଙ୍କ ମନ୍ତବ୍ୟରୁ ହଙ୍ଗାମା

ନୂଆଦିଲ୍ଲୀ: ଲୋକସଭାରେ ରାହୁଲଙ୍କ ମନ୍ତବ୍ୟକୁ ନେଇ ହଙ୍ଗାମା । ରାହୁଲଙ୍କ ଅସାମ୍ବିଧାନିକ ମନ୍ତବ୍ୟକୁ ନେଇ ଲୋକସଭାରେ ହଟ୍ଟଗୋଳ । ଲୋକସଭାରେ ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଲ – ୨୦୨୬ ଉପରେ ଆଲୋଚନା ଚାଲିଥିବା ବେଳେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଦିନ ବିଜେପି ସରକାର ଉପରେ ତୀବ୍ର ସମାଲୋଚନା କରିଥିଲେ । ଦେଶର ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଅଭିଯୋଗ କରିଥିଲେ ଯେ, ଆରଏସଏସ ପ୍ରମୁଖ ଶିକ୍ଷାନୁଷ୍ଠାନଗୁଡିକ ଉପରେ ନିୟନ୍ତ୍ରଣ ରଖିଛି , ଏବଂ ପୂର୍ବତନ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେବଳ ପ୍ରତୀକ ଥିଲେ । ଆହୁରି ଅଭିଯୋଗ କରିଛନ୍ତି ଯେ, କେବଳ ଶିକ୍ଷାମନ୍ତ୍ରୀଙ୍କୁ ବଦଳାଇବା ଦ୍ୱାରା ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆସିବ ନାହିଁ । ଆରଏସଏସ ପରୀକ୍ଷା ବ୍ୟବସ୍ଥାକୁ କବଜା କରିଛି । ଦେଶର ଶିକ୍ଷା ବ୍ୟବସ୍ଥାକୁ ଚଳାଉଛି । ପ୍ରତ୍ୟେକ ବିଶ୍ୱବିଦ୍ୟାଳୟରେ ଆରଏସଏସର ଜଣେ ଉପାଧ୍ୟକ୍ଷ ଅଛନ୍ତି । ରାହୁଲ ଗାନ୍ଧୀ ଯେତେବେଳେ ସାମ୍ପ୍ରତିକ ପ୍ରତିବାଦ ସମ୍ପର୍କରେ ଉଲ୍ଲେଖ କରି ୧୮ ବର୍ଷୀୟ ଛାତ୍ରଙ୍କ ସହ ହୋଇଥିବା ଘଟଣାକୁ ଉପସ୍ଥାପନା କରିଥିଲେ । ସେତେବେଳେ ଏକ ବିବାଦ ହୋଇଥିଲା । ସେ କହିଥିଲେ ଯେ, ଛାତ୍ର ସମାଜ ତିନୋଟି ବର୍ଗର । ଛାତ୍ର, ମୁର୍ଖ, ଅନ୍ଧଭକ୍ତ । ରାହୁଲଙ୍କ ଏହି ଅସାମ୍ବିଧାନିକ ମନ୍ତବ୍ୟକୁ ବିଜେପିର ଦୃଢ ବିରୋଧ କରିଥିଲା ।  ଏହି ଅସାମ୍ବିଧାନିକ ମନ୍ତବ୍ୟକୁ ନେଇ ଗୃହରେ ବିରୋଧୀ ଏବଂ ଶାସକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପିଜିଥିଲା । ଫଳରେ ଗୃହ ସୁରୁଖୁରୁରେ ଚାଲିପାରିନଥିଲା । ଏନେଇ ବାଚସ୍ପତି ଗୃହକୁ ୨.୩୦ ଯାଏ ମୁଲତବୀ କରିଛନ୍ତି ।

 କେବଳ ଏତିକି ନୁହେଁ ରାହୁଲ ଗାନ୍ଧୀ ଛାତ୍ର ପ୍ରତିବାଦକୁ ସରକାରଙ୍କ ଦ୍ୱାରା ପରିଚାଳନା ଏବଂ ପ୍ରଦର୍ଶନକାରୀଙ୍କ ବିରୁଦ୍ଧରେ ଅତ୍ୟଧିକ ବଳ ପ୍ରୟୋଗ କରାଯାଇଥିବା ଅଭିଯୋଗକୁ ମଧ୍ୟ ସମାଲୋଚନା କରିଥିଲେ। ସେ ଦାବି କରିଥିଲେ ଯେ ଛାତ୍ରମାନଙ୍କ ଉପରେ ପେଲେଟ୍ ବନ୍ଧୁକରେ ଗୁଳି ଚାଳନା କରାଯାଇଥିଲା ଏବଂ ଅଭିଯୋଗ କରିଥିଲେ ଯେ ଗୃହ ମନ୍ତ୍ରଣାଳୟର କ୍ଷମତା ଅଧୀନରେ ଏପରି କାର୍ଯ୍ୟ କରାଯାଇଥିଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରସଙ୍ଗର ଗମ୍ଭୀରତା ସତ୍ତ୍ୱେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବିତର୍କରେ ଅନୁପସ୍ଥିତ ଥିଲେ। ତାଙ୍କର ମନ୍ତବ୍ୟରେ କିରେନ୍ ରିଜିଜୁ ତୁରନ୍ତ ଆପତ୍ତି ଉଠାଇଥିଲେ, ଅଭିଯୋଗକୁ ପ୍ରମାଣିତ କରିବାକୁ କହିଥିଲେ। ସମ୍ପୁର୍ଣ୍ଣ ବେଆଇନ କହିଥିଲା ଶାସକ ଦଳ ।  କିନ୍ତୁ ପ୍ରମାଣ ବିନା ଏପରି ଅଭିଯୋଗ କରାଯାଇପାରିବ ନାହିଁ ବୋଲି ରିଜିଜୁ କହିଥିଲେ। ଏହି ସମୟରେ, ବାଚସ୍ପତି ଓମ୍ ବିର୍ଲା ରାହୁଲ ଗାନ୍ଧୀଙ୍କୁ ବିଲର ବ୍ୟବସ୍ଥା ମଧ୍ୟରେ ତାଙ୍କ ଭାଷଣକୁ ସୀମିତ ରଖିବାକୁ ଏବଂ ଅପ୍ରମାଣିତ ଅଭିଯୋଗ କରିବାରୁ ନିବୃତ୍ତ ରହିବାକୁ ପରାମର୍ଶ ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking