30 C
Bhubaneswar
Wednesday, July 29, 2026
Homeଦେଶ ବିଦେଶଡେଙ୍ଗୁର ଚାରି ଷ୍ଟ୍ରେନ୍‌ ନେଇ ବଢ଼ିଲା ଚିନ୍ତା: ସତର୍କ କଲେ ବିଶେଷଜ୍ଞ

ଡେଙ୍ଗୁର ଚାରି ଷ୍ଟ୍ରେନ୍‌ ନେଇ ବଢ଼ିଲା ଚିନ୍ତା: ସତର୍କ କଲେ ବିଶେଷଜ୍ଞ

ନୂଆଦିଲ୍ଲୀ : ଡେଙ୍ଗୁକୁ ନେଇ ଆସିଛି ନୂଆ ଚିନ୍ତା । ଭାରତରେ ଡେଙ୍ଗୁ ଭାଇରସ୍‌ର ଚାରିଟି ଷ୍ଟ୍ରେନ୍‌ ସକ୍ରିୟ ଥିବା ନେଇ ବିଶେଷଜ୍ଞମାନେ ସତର୍କ କରିଛନ୍ତି । ଡେଙ୍ଗୁ ଭାଇରସ୍‌ର DENV-1, DENV-2, DENV-3 ଏବଂ DENV-4 ଭଳି ଚାରି ପ୍ରକାର ସେରୋଟାଇପ୍ ରହିଛି । ଗୋଟିଏ ଷ୍ଟ୍ରେନ୍‌ରେ ସଂକ୍ରମିତ ହେଲେ ଶରୀରରେ ସେହି ଷ୍ଟ୍ରେନ୍‌ ବିରୋଧରେ ପ୍ରତିରୋଧକ ଶକ୍ତି ସୃଷ୍ଟି ହୁଏ, କିନ୍ତୁ ଅନ୍ୟ ଷ୍ଟ୍ରେନ୍‌ରୁ ସୁରକ୍ଷା ମିଳେନାହିଁ । ଏହି କାରଣରୁ ଦ୍ୱିତୀୟ ଥର ଡେଙ୍ଗୁ ସଂକ୍ରମଣ ଅଧିକ ଗୁରୁତର ହୋଇପାରେ ବୋଲି ବିଶେଷଜ୍ଞମାନେ କହୁଛନ୍ତି । ଡେଙ୍ଗୁ ନିୟନ୍ତ୍ରଣ ପାଇଁ ଟିକାକରଣ ଉପରେ ମଧ୍ୟ ଗୁରୁତ୍ୱ ବଢ଼ିଛି ।

ଭାରତରେ ପ୍ରଥମ ଡେଙ୍ଗୁ ଟିକା QDENGA (TAK-003)କୁ ଅନୁମୋଦନ ମିଳିଛି । ଏହି ଟିକା ଡେଙ୍ଗୁର ଚାରିଟି ଭାଇରସ୍ ଷ୍ଟ୍ରେନ୍‌ ବିରୋଧରେ ସୁରକ୍ଷା ଦେବା ପାଇଁ ପ୍ରସ୍ତୁତ କରାଯାଇଛି । ଅନ୍ୟପଟେ ଭାରତରେ ସ୍ୱଦେଶୀ ଡେଙ୍ଗୁ ଟିକା ବିକାଶ ନେଇ ମଧ୍ୟ ଗବେଷଣା ଜାରି ରହିଛି । ICMR ଓ Panacea Biotec ମିଶି DengiAll ନାମକ ଟେଟ୍ରାଭାଲେଣ୍ଟ ଡେଙ୍ଗୁ ଟିକାର ପରୀକ୍ଷଣ କରୁଛନ୍ତି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, କେବଳ ଟିକା ନୁହେଁ, ମଶା ନିୟନ୍ତ୍ରଣ, ଘର ଚାରିପାଖ ସଫା ରଖିବା ଏବଂ ଡେଙ୍ଗୁର ଲକ୍ଷଣ ଦେଖାଦେଲେ ତୁରନ୍ତ ଚିକିତ୍ସା ନେବା ମଧ୍ୟ ଜରୁରୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking