36.1 C
Bhubaneswar
Thursday, May 2, 2024
Homeଅପରାଧବସ୍ତାରୁ ମିଳିଲା ୨ଟି ମୃତଦେହ

ବସ୍ତାରୁ ମିଳିଲା ୨ଟି ମୃତଦେହ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କେନ୍ଦୁଝର ଜିଲ୍ଲା ବାରିଆ ଥାନା ଅନ୍ତର୍ଗତ ବୈତରଣୀ ନଦୀର ଫୁଲକଁଳେଇ ଖଲି ଚଉପତି ଘାଟରେ ବସ୍ତାରେ ବନ୍ଧା ହୋଇଥିବା ଅବସ୍ଥାରେ ୨  ଅଚିହ୍ନା ଶବ ଉଦ୍ଧାର ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ପୁରୁଷ ଓ ଜଣେ ମହିଳା  ଥିବା ଜଣାପଡିଛି ।  ଉଭୟଙ୍କ ପରିଚୟ ମିଳିପାରି ନାହିଁ ।
ଏହା ଏକ ହତ୍ୟାକାଣ୍ଡ ବୋଲି ପୁଲିସ୍ ସନ୍ଦେହ କରୁଛି । ନଦୀ ଅପରପାର୍ଶ୍ୱରେ ମୟୂରଭଞ୍ଜ ଜିଲ୍ଲାର ରରୁଆଁ ଥାନା ଅଞ୍ଚଳ ହୋଇଥିବା ବେଳେ ସେଠାରେ କେହି ଉଭୟଙ୍କୁ ହତ୍ୟା କରି ବସ୍ତାରେ ବାନ୍ଧି ନଦୀରେ ଫିଙ୍ଗି ଦେଇଥିବା ପୁଲିସ୍ ସନ୍ଦେହ କରୁଛି । ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ନଦୀରୁ ବନ୍ଧା ହୋଇଥିବା ବସ୍ତାକୁ ଉଦ୍ଧାର କରି ଖୋଲିଥିଲା । ତେବେ ମୃତଦେହ ଦ୍ୱୟ ପଚି ଯାଇଥିବାରୁ ସେମାନଙ୍କ ପରିଚୟ ମିଳିବାରେ କଷ୍ଟ ହେଉଛି ।
https://onakhabar.com/2020/02/08/murder-case-50/
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking