38.8 C
Bhubaneswar
Friday, April 19, 2024
Homeଅପରାଧଜନ୍ମ ଦିନର ଉପହାର ଗଣଦୁଷ୍କର୍ମ...

ଜନ୍ମ ଦିନର ଉପହାର ଗଣଦୁଷ୍କର୍ମ…

କୋଲକାତା : ଦିନକୁ ଦିନ ବଳତ୍କାର ଭଳି ଘଟଣା ବଢିଚାଲିଥିବା ବେଳେ କୋଲକାତାରେ ଘଟିଛି ଏଭଳି ଘଟଣା । ୭ ମ ଶ୍ରେଣୀରେ ପଢ଼ୁଥିବା ଏକ ୧୨ ବର୍ଷ ନାବାଳିକାକୁ ଗଣଦୁଷ୍କର୍ମ ହୋଇଛି । ଗଣ ଦୁଷ୍କର୍ମ ହେବାର ଅଭିଯୋଗ କରିଛି ନିଜେ ପୀଡିତା । ନିଜର ଦୁଇ ବନ୍ଧୁ ଓ ଅନ୍ୟ ୨ ଜଣ ମିଶି ତାକୁ ଦୁଷ୍କର୍ମ କରିଥିବା ପୋଲିସ କୁ ଅଭିଯୋଗ କରିଛି ନାବାଳିକା । ୨୦ ବର୍ଷ ବୟସରେ ଯୁବକ ମାନେ ଏକ ଜନ୍ମ ଦିନ ପାର୍ଟି ରେ ତାଙ୍କୁ ନିଶା ଦେଇ ଉତ୍ତର କୋଲକାତା ର ଏକବଲପୁର ଠାରେ ଥିବା ଘରକୁ ନେଇ ଯାଇଥିଲେ ଏବଂ ସେଠାରେ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିଲେ । ତେବେ ଏଭଳି ଘଟଣା ଘଟାଇଛନ୍ତି ଅତି ନିଜର ସାଙ୍ଗ ଯାହାକୁ ନେଇ ନାବାଳିକା ବି ଆଶ୍ଚର୍ଯ୍ୟ । ଏହି ଘଟଣା ଗୁରୁବାର ସନ୍ଧ୍ୟା ରେ ଘଟିଥିବା ବେଳେ ଅଭିଯୋଗ କୁ ଆଧାର କରି  ପୋଲିସ ଅଭିଯୁକ୍ତ ମାନଙ୍କୁ ଶୁକ୍ରବାର ଦିନ ଗିରଫ କରିଛି । ଏହି ୪ ଜଣଙ୍କୁ ଶନିବାର ଦିନ କୋର୍ଟ ରେ ହାଜିର କରାଯିବ ।
https://onakhabar.com/2020/02/08/diesel-kandhamal/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking