40.1 C
Bhubaneswar
Thursday, April 25, 2024
Homeଓଡିଶାଦନ୍ତା ଆକ୍ରମଣରେ ଚାଷୀ ମୃତ

ଦନ୍ତା ଆକ୍ରମଣରେ ଚାଷୀ ମୃତ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ବନଖଣ୍ଡ ମହବିରୋଡ଼ ରେଞ୍ଜର ରୋଡ଼ ଗାଁର ଘଟିଛି ଏକ ଦୁଃଖଦ ଘଟଣା | ଦନ୍ତାର ଆକ୍ରମଣରେ ଜଣେ ଚାଷୀଙ୍କର ମୃତ୍ୟୁ ଘଟିଥିବାର ଜଣା ପଡିଛି । ମୃତକ ଜଣକ ହେଲେ ଶ୍ରୀକାନ୍ତ ମୁଦୁଲି |
ଏଠାରେ ସୂଚନାଯୋଗ୍ୟ ଯେ, ଆଜି ଭୋରରୁ ଶ୍ରୀକାନ୍ତ ଧାନ କାଟିବା ପାଇିଁ ଗୁଡିଆନାଳୀସ୍ଥିତ ନିଜ ଚାଷ ଜମିକୁ ଯାଇଥିଲେ। ଘନ କୁହୁଡି ଯୋଗୁ ଧାନ କାଟୁଥିବା ବେଳେ ଦନ୍ତା ହାବୁଡ଼ରେ ପଡ଼ିଯାଇଥିଲେ । ଧାନ ବିଲରେ ଦନ୍ତା ହାତୀଟି ଶ୍ରୀକାନ୍ତଙ୍କୁ ଶୁଣ୍ଢରେ କଚାଡ଼ି ଦେଇଥିଲା,ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଏନେଇ ପରିବାର ଲୋକେ ବନ ବିଭାଗକୁ ଖବର ଦେଇଥିଲେ।
ଘଟଣାସ୍ଥଳରେ ବନ ବିଭାଗ ଅଧିକାରୀ ପହଞ୍ଚି ତଦନ୍ତ ଜାରି ରଖିଥିବାବେଳେ ଏକ ସପ୍ତାହ ମଧ୍ୟରେ ଏହି ଅଞ୍ଚଳରେ ହାତୀ ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ ହୋଇ ସାରିଛି | ହାତୀ ଉପଦ୍ରବରେ ବ୍ୟାପକ ସମ୍ପତ୍ତି କ୍ଷୟକ୍ଷତି ହୋଇଥିବା ଅଭିଯୋଗ ମଧ୍ୟ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking