37.1 C
Bhubaneswar
Saturday, April 20, 2024
Homeଅପରାଧବନ୍ଧୁକ ମୁନରେ ୫୦ ହଜାର

ବନ୍ଧୁକ ମୁନରେ ୫୦ ହଜାର

କେନ୍ଦ୍ରାପଡ଼ା : ଚୋରଙ୍କ ଉତ୍ପାତ ଦିନକୁ ଦିନ ବଢିବାରେ ଲାଗିଛି । ବିଭିନ୍ନ ଉପାୟରେ ଲୁଟି ନେଉଛନ୍ତି । ସେ ସୁନା ଗହଣା ହେଉ କି , ଟଙ୍କା, କିମ୍ବା ଅନ୍ୟକିଛି ଜିନିଷ । ତେବେ ଏଭଳି ଏକ ଅଭାବନୀୟ ଘଟଣା କେନ୍ଦ୍ରାପଡାରେ ଦେଖିବାକୁ ମିଳିଛି । କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ୫ ନମ୍ବର ଜାତୀୟ ରାଜପଥର ହଜାରୀ ଛକ ନିକଟରେ ଥିବା ଏକ ପେଟ୍ରୋଲ ପମ୍ପରୁ ଲୁଟ ହୋଇଛି ।
ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ୨ଟି ବାଇକରେ ୪ଜଣ ଦୁର୍ବୃତ୍ତ ଆସି ପେଟ୍ରୋଲ ପମ୍ପରେ ପହଞ୍ଚିଥିଲେ । ସେଠାରେ ତେଲ ପକାଇବାକୁ କହିବାରୁ କର୍ମଚାରୀମାନେ ମନା କରିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଦୁର୍ବୃତ୍ତମାନେ ସୁରକ୍ଷା କର୍ମୀଙ୍କୁ ବନ୍ଧୁକ ଦେଖା଼ଇ ଭୟଭୀତ କରି ସେଠାରୁ କ୍ୟାସ୍ କାଉଣ୍ଟର ଯାଇ କର୍ମଚାରୀଙ୍କୁ ମାରପିଟ କରିବା ସହ ଜିନିଷ ପତ୍ର ଫିଙ୍ଗା ଫୋପଡ଼ା କରିଥିଲେ । ଏହାପରେ ବନ୍ଧୁକ ଦେଖାଇ କାଉଣ୍ଟରରୁ ୫୦ ହଜାର ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିବା ଜଣାପଡିଛି । ଏ ନେଇ ମାର୍ଶାଘାଇ ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଖବର ପାଇ ପୁଲିସ୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking