୬ ଦିନ ପରେ ଜୋକୋଡ଼ିଆ ନଦୀ ଗଣ୍ଡ ରୁ ମିଳିଲା ଜେଜେ ବାପାଙ୍କ ମୃତଦେହ

jajpur adarsh police station

ଯାଜପୁର : ଯାଜପୁର ରୋଡ ଥାନା ଅନ୍ତର୍ଗତ ଜୋକୋଡ଼ିଆ ନଦୀ ଗଣ୍ଡ ନିକଟରୁ ଏକ ଶବ ବରାମତ କରିଛି ଯାଜପୁର ରୋଡ଼ ପୋଲିସ। ଶବଟିକୁ ବ୍ୟବଚ୍ଛେଦ ପାଇଁ ପୋଲିସ ବରାମତ କରିଛି । ଏହି ଶବଟି ସୁକିନ୍ଦା ଥାନା ଅନ୍ତର୍ଗତ ବରତଣ୍ଡା ଗ୍ରାମର ନବକିଶୋର ଓଝାକଂର ବୋଲି ଜଣା ପଡ଼ିଛି । ତାଙ୍କର ନାତି ଆକାଶ କହିଛନ୍ତି କାରଣ ଦୀର୍ଘ 6 ଦିନ ଧରି ତାଙ୍କ ଜେଜେ ବାପା ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇ ବଡିଯାଇଥୀଲେ। ସେଠାରେ ଖୋଜୁଥିଲେ, ସେ ନିଖୋଜ ଥିଲେ ହତାସ ହୋଇ ଦୀର୍ଘ 6 ଦିନ ତଳେ ତାଙ୍କ ଜେଜେକଂ ଦେହ ଖରାପ ଥିଲା ତାଙ୍କୁ ଡାକ୍ତରଖାନା ନେବାର ଥିଲା କିନ୍ତୁ ସେ ଗାଧେଇ କରି ଆସି ଯିବେ ବୋଲି କହି ନଦୀକୁ ଆସିଥିଲେ କିନ୍ତୁ ନଦୀ ରେ ଅଧିକ ପାଣି ଥିଲା ସେତେବେଳେ ଏହି ଦୃଘଟଣା ଘଟିଥିଲା। ତାପରେ ତାଙ୍କୁ ସେଦିନଠୁ ଖୋଜା ଜାରି ରହିଥିଲା ବୋଲି ତାଙ୍କ ନାତି କହିଛନ୍ତି। ବିଶେଷ ସୂତ୍ରରୁ ଆଜି ଖବର ପାଇ ଜୋକୋଡିଆ ନଦୀ ବନ୍ଦ ନିକଟରେ ପହଞ୍ଚିଥିଲେ। ସେଠାରେ ଦେଖିବାକୁ ପାଇଥିଲେ ତାଙ୍କ ଜେଜେଙ୍କ ମୃତ୍ୟୁ ଦେହ ।ଏହାକୁ ନେଇ ଯାଜପୁର ରୋଡ଼ ପୋଲିସ ଘଟଣାସ୍ଥଳରେ ପହଂଚି ଶବକୁ ବେବଛେଦ ପାଇଁ ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ।

LEAVE A REPLY

Please enter your comment!
Please enter your name here