32.1 C
Bhubaneswar
Friday, October 18, 2024
Homeଖେଳଡେଭିସ୍ କପ୍ ଫାଇନାଲ୍ସ: ନେଦରଲାଣ୍ଡଠାରୁ ଆମେରିକା ପରାସ୍ତ

ଡେଭିସ୍ କପ୍ ଫାଇନାଲ୍ସ: ନେଦରଲାଣ୍ଡଠାରୁ ଆମେରିକା ପରାସ୍ତ

ନୂଆଦିଲ୍ଲୀ: ଚଳିତ ଡେଭିସ୍ କପ୍ ଫାଇନାଲ୍ସରେ ଆମେରିକାର ତାରକା ଖେଳାଳି ଫ୍ରାନ୍ସେସ୍ ଟିଆଫୋ ଲଗାତାର ଦ୍ୱିତୀୟ ପରାଜୟ ବରଣ କରିଛନ୍ତି । ଫଳରେ ନେଦରଲାଣ୍ଡଠାରୁ ଆମେରିକା ପରାଜିତ ହୋଇଛି । ଟିଆଫୋଙ୍କ ମୁକାବିଲା ନେଦରଲାଣ୍ଡର ଟାଲନ୍ ଗ୍ରିକ୍‌ସ୍ପୁରଙ୍କ ମଧ୍ୟରେ ହୋଇଥିଲା । ଏହି ମ୍ୟାଚକୁ ଗ୍ରିକ୍‌ସ୍ପୁର ୬-୩, ୬-୭, ୭-୬ ସେଟ୍‌ରେ ଜିତିଥିଲେ । ଟିଆଫୋଙ୍କ ଉପରେ ଆମେରିକାର ବିଜୟ ନିର୍ଭର କରୁଥିବା ବେଳେ ତାଙ୍କ ପରାଜୟ ପରେ ସେ ବ୍ୟତିବ୍ୟସ୍ତ ହୋଇଥିଲେ । ଟିଆଫୋଙ୍କ ବ୍ୟତୀତ ଅନ୍ୟ ଆମେରିକୀୟ ଖେଳାଳିଙ୍କ ମଧ୍ୟରେ ଟମି ପଲ ମଧ୍ୟ ପରାଜିତ ହୋଇଥିଲେ । ସେ ନେଦରଲାଣ୍ଡର ବଟିକ୍ ଭାନ୍ ଡେ ଜାଣ୍ଡସ୍କଲ୍ପଙ୍କଠାରୁ ମୁକାବିଲା ହାରିଥିଲେ । କିନ୍ତୁ ଡବଲ୍ସରେ ଆମେରିକାର ରାଜୀବ ର।

।ମ ଓ ଅଷ୍ଟିନ୍ କ୍ରାଜିକେକ୍ ନେଦରଲାଣ୍ଡର ୱେସ୍‌ଲେ ଖୁଲୁପ୍ ଓ ମାଟ୍ୱେ ମିଡଲକୁପ୍‌ଙ୍କୁ ହରାଇ ଦଳ ପାଇଁ ଏକମାତ୍ର ବିଜୟ ଆଣିଥିଲେ । ପୂର୍ବରୁ ଆମେରିକାର ଏହି ଚାମ୍ପିଅନ୍‌ଶିପ୍‌ରେ କ୍ରୋଏସିଆର ବୋର୍ଣ୍ଣା ଗୋଜୋଙ୍କଠାରୁ ପରାଜିତ ହୋଇଥିଲା । ଯାହା ଦଳକୁ ଏବେ ବିପଦ ସ୍ଥିତିରେ ରଖିଛି । ଅନ୍ୟପକ୍ଷରେ ନେଦରଲାଣ୍ଡ ଗ୍ରୁପର ଶୀର୍ଷ ସ୍ଥାନ ଅଧିକାର କରିଛି । ଗ୍ରୁପ୍ ଏ’ର ଏକ ମୁକାବିଲାରେ ଡିଫେଣ୍ଡିଂ ଚାମ୍ପିଅନ୍ କାନାଡା ୩-୦ରେ ସ୍ୱିଡେନ୍‌କୁ ପରାସ୍ତ କରିଛି । ସେହିପରି ଗ୍ରୁପ୍ ବି’ରେ ଅଷ୍ଟ୍ରେଲିଆ ୨-୧ରେ ଫ୍ରାନ୍ସକୁ ହରାଇଛି । ଗ୍ରୁପ୍ ସି’ରେ ଚେକ୍ ରିପବ୍ଲିକ୍ ୩-୦ରେ ସାଉଥ୍ କୋରିଆକୁ ହରାଇଛି । ଚାରୋଟି ଗ୍ରୁପ୍‌ର ଶ୍ରେଷ୍ଠ ଦୁଇ ଦଳ ଚାମ୍ପିଅନ୍‌ଶିପ୍‌ର ଫାଇନାଲ ୮ରେ ପ୍ରବେଶ କରିବେ । ଏହା ସ୍ପେନର ମାଲଗାଠାରେ ନଭେମ୍ବରରେ ଖେଳାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking