28.1 C
Bhubaneswar
Saturday, July 27, 2024
Homeଖେଳପଶ୍ଚିମ ବଙ୍ଗରେ ଫୁଟ୍‌ବଲ ଏକାଡେମୀ ଖୋଲିବ ଲା ଲିଗା’

ପଶ୍ଚିମ ବଙ୍ଗରେ ଫୁଟ୍‌ବଲ ଏକାଡେମୀ ଖୋଲିବ ଲା ଲିଗା’

ମାଦ୍ରିଦ: ସ୍ପେନୀୟ ଫୁଟବଲ ଲିଗ୍ ଲା ଲିଗା’ ପଶ୍ଚିମ ବଙ୍ଗରେ ଫୁଟବଲ ଏକାଡେମୀ ଖୋଲିବ । ଏନେଇ ଶୁୂକ୍ରବାର ଲା ଲିଗା’ ଓ ପଶ୍ଚିମ ବଙ୍ଗ ମଧ୍ୟରେ ଚୁକ୍ତି ସ୍ୱାକ୍ଷର କରାଯାଇଛି । ରାଜ୍ୟରେ ଫୁଟବଲର ଉନ୍ନତି ପାଇଁ ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଓ ଲା ଲାଗା ସଭାପତି ଜାଭିଏର ତେବାସଙ୍କ ମଧ୍ୟରେ ଏକ ମାଉ ସ୍ୱାକ୍ଷରିତ ହୋଇଛି । ଏହି ଏକାଡେମୀ ପଶ୍ଚିମ ବଙ୍ଗରେ କୋଚ୍ ଏବଂ ଖେଳାଳିଙ୍କ ଉନ୍ନତି ଦିଗରେ କାର୍ଯ୍ୟ କରିବ । ଏହା ସହ ବେଙ୍ଗଲ ସରକାର ରହିଥିବା ଅନ୍ୟ କ୍ଲବଗୁଡିକର ଉନ୍ନତି ପାଇଁ କାର୍ଯ୍ୟ କରିବ ବୋଲି ମମତା ବାନାର୍ଜି କହିଛନ୍ତି । ଏହା ସହ ବାନାର୍ଜି ଲା ଲିଗା ସଭାପତି ତେବାସଙ୍କୁ ପଶ୍ଚିମ ବଙ୍ଗ ଭ୍ରମଣରେ ଆସି ସେଠାରେ ଫୁଟବଲର ଲୋକପ୍ରିୟତା ଦେଖିବା ପାଇଁ ନିମନ୍ତ୍ରଣ କରିଛନ୍ତି ।

୧୨ ଦିନିଆ ସ୍ପେନ୍ ଗସ୍ତରେ ରହିଥିବା ମମତା ପଶ୍ଚିମ ବଙ୍ଗରେ କ୍ରୀଡାର ଉନ୍ନତ୍‌ି ପାଇଁ ଗୁରୁବାର ଏକ ଜରୁରୀ ବୈଠକ ରଖିଥିଲେ । ଏଥିରେ ସେ ଉଭୟ ସାଂସ୍କୃତିକ ଓ କ୍ରୀଡାର ଉନ୍ନତି ପାଇଁ ଆଲୋଚନା କରିଥିଲେ । ମମତା ବାନାର୍ଜିଙ୍କ ସହ ପୂର୍ବତନ ଭାରତୀୟ ଅଧିନାୟକ ତଥା ପୂର୍ବତନ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି, କୋଲକାତାର ତିନି ଫୁଟବଲ କ୍ଲବ ମୋହନ ବାଗନ, ଇଷ୍ଟ ବେଙ୍ଗଲ ଓ ମହମେଡାନ୍ ସ୍ପୋର୍ଟିଂ କ୍ଲବର ଅଧିାକରୀ ମାନେ ମଧ୍ୟ ଏହି ଗସ୍ତରେ ରହିଛନ୍ତି । ଲା ଲିଗା ଦ୍ୱାରା ଚୁକ୍ତି କରି ପଶ୍ଚିମ ବଙ୍ଗ ସରକାର ରାଜ୍ୟରେ ଫୁଟବଲର ବହୁଳ ଉନ୍ନତି କରିବା ସହ ଅନେକ ଯୁବ ପ୍ରତିାଭଙ୍କୁ ଆଗକୁ ଆଣିବ ବୋଲି ଗାଙ୍ଗୁଲି ଏହି ଚୁକ୍ତି ସ୍ୱାକ୍ଷର ପରେ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking